ଆଜି ରାଜ୍ୟର ଅର୍ଥମନ୍ତ୍ରୀଙ୍କ ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରି ବଜେଟ ବୈଠକ

ଆଜି ରାଜ୍ୟର ଅର୍ଥମନ୍ତ୍ରୀଙ୍କ ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରି ବଜେଟ ବୈଠକ | ଆସନ୍ତା ବର୍ଷ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ ହେବ ବଜେଟ । ଦିଲ୍ଲୀର ବିଜ୍ଞାନ ଭବନରେ ଏହି ବୈଠକ ହେବା ନେଇ ଏକ ବିଶେଷ ସୁତ୍ରରୁ ଜଣାପଡିଛି ।

ବଜେଟ ଉସ୍ଥାପନା ପୂର୍ବରୁ ପ୍ରସ୍ତୁତି ସମ୍ପର୍କରେ ଅର୍ଥମନ୍ତ୍ରୀ ବିଭିନ୍ନ ସ୍ଟେକହୋଲ୍ଡରଙ୍କ ସହ ବୈଠକ କରୁଛନ୍ତି । ତେବେ ଏହା ମଧ୍ୟ ବଜେଟ ଉପସ୍ଥାପନାର ଏକ ଅଂଶ । ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟ କାର୍ଯ୍ୟକାଳ ମଧ୍ୟରେ ଆଜି ସୀତାରମଣଙ୍କ ଚତୁର୍ଥ ଥର ପାଇଁ ବଜେଟ ଉପସ୍ଥାପନ କରିବେ ।କେନ୍ଦ୍ର ଅର୍ଥମନ୍ତ୍ରୀ ଏପର୍ଯ୍ୟନ୍ତ ଶିଳ୍ପ, ଟ୍ରେଡ ୟୁନିୟନ, କୃଷି ବିଶେଷଜ୍ଞ ଏବଂ ପ୍ରମୁଖ ଅର୍ଥନୀତିଜ୍ଞଙ୍କ ସହ ବୈଠକ କରିଛନ୍ତି । ଏହି ବୈଠକରେ ଆୟକର ସ୍ଲାବ ଗୁଡିକର ଯୁକ୍ତିଯୁକ୍ତକରଣ, ଡିଜିଟାଲ ସେବାକୁ ଭିତ୍ତିଭୂମି ପ୍ରଦାନ ଏବଂ ହାଇଡ୍ରୋଜେନ ସଂରକ୍ଷଣକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ।

Related Posts