ରାଉରକେଲା(ସତ୍ୟପାଠ ବ୍ୟୁରୋ): ରାଉରରକେଲା ଷ୍ଟିଲ ପ୍ଲାଣ୍ଟ ସମ୍ପ୍ରସାରଣକୁ ତୀବ୍ର ବିରୋଧ କରାଯାଇଛି। ବନ୍ଧମୁଣ୍ଡା ଥାନା ଶୀତଳ ନଗରରେ ଧସେଇ ପଶିଲେ ଶତାଧିକ ଆଦିବାସୀ। ସମ୍ପ୍ରସାରଣ ପାଇଁ ଶୀତଳ ନଗରକୁ ଅଧିଗ୍ରହଣ କରିଛି ଆରଏସପି। ତେବେ ଷ୍ଟିଲ ପ୍ଲାଣ୍ଟ ଅଧୀନରେ ଥିବା ଜମିକୁ ଆଦିବାସୀମାନେ ନିଜର ଜମି କହିଛନ୍ତି । ତେଣୁ ଆଦିବାସୀ ମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ପରିସ୍ଥିତିକୁ ଆୟତ୍ତ କରିବାକୁ ପୋଲିସ ପକ୍ଷରୁ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ଆଶଙ୍କାରେ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ପାରମ୍ପରିକ ଅସ୍ତ୍ର ଶସ୍ତ୍ର, ବାଦ୍ୟ ୟନ୍ତ୍ର ଧରି ନୃତ୍ୟ ଓ ଗୀତ ମାଧ୍ୟମରେ ପ୍ରବିବାଦ କରିଛନ୍ତି ଶହ ଶହ ମହିଳା ପୁରୁଷ। ୮ଶହରୁ ଅଧିକ ଆଦିବାସୀ ଏକାଠି ହୋଇଥିବାବେଳେ ସରକାରୀ ନିୟମକୁ ଆରଏସପି କର୍ତ୍ତୃପକ୍ଷ ମାନୁ ନଥିବା ଅଭିଯୋଗ କରିଛନ୍ତି। ଜୋର ଜବରଦସ୍ତ ଏହି ଜମି ଅଧିଗ୍ରହଣ କରିଥିବା ଆଦିବାସୀମାନେ ଅଭିଯୋଗ କରିଛନ୍ତି ।
