ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ: ବିଜେପି ଚାଣକ୍ୟ ଦେଲେ ଭବିଷ୍ୟବାଣୀ

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି | ସେପଟେ ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ସାହ ଭବିଷ୍ୟବାଣୀ ଦେଇଛନ୍ତି | ୩୦୦ରୁ ଅଧିକ ଆସନ ବିଜେପି ଅକ୍ତିଆର କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବରେ ବିଜେପି ୟୁପିରେ ପୁଣି ବିଜୟୀ ହେବ ବୋଲି ଶୁକ୍ରବାର ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନାମାଙ୍କନ ଦାଖଲ ପରେ ଗୋରଖପୁର ଠାରେ ଏକ ଜନସଭାକୁ ସମ୍ବୋଧିତ କରି ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ।

ଆମେ ପୁଣିଥରେ ଇତିହାସର ପୁନରାବୃତ୍ତି କରିବାକୁ ଯାଉଛୁ । ୨୦୧୪, ୨୦୧୭ ଏବଂ ୨୦୧୯ ନିର୍ବାଚନରେ ଉତ୍ତରପ୍ରଦେଶବାସୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବାଧୀନ ବିକାଶକୁ ବାଛିଛନ୍ତି ଏବଂ ବିପୁଳ ସମର୍ଥନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଜି ନାମାଙ୍କନ ପତ୍ର ଦାଖଲ କରିବା ସହ ବିଜେପି ୩୦୦ ପାର୍ ସଂକଳ୍ପକୁ ନେଇ ଆଗକୁ ବଢିଛି ।ମୁଁ ୨୦୧୩ରେ ୟୁପି ବିଜେପି ମୁଖ୍ୟ ଭାବେ ନେତୃତ୍ବ ନେଇଥିଲି । ସେହି ସମୟରେ ସାମ୍ବାଦିକମାନେ କହିଥିଲେ ଯେ, ମୁଁ ଏପରି ସ୍ଥାନକୁ ଯାଇଛି ଯେଉଁଠାରେ ଦଳ ନିର୍ବାଚନରେ ଦୁଇ ଅଙ୍କ ଛୁଇଁପାରିବ ନାହିଁ । ହେଲେ ନିର୍ବାଚନରେ ବିରୋଧି ଦୁଇ ଅଙ୍କ ଛୁଇଁ ପାରିନଥିଲେ ବୋଲି କହିଛନ୍ତି ଶାହା ।

ବିଜେପି ସମର୍ଥକଙ୍କୁ ଉଦବୋଧନ ଦେଇ ପୂର୍ବତନ ୟୁପି ମୁଖ୍ୟ ମୋଦି ସରକାରଙ୍କ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ଆୟୁଷ୍ମାନ ଭାରତ ଏବଂ କୋଭିଡ-୧୯ ଟୀକାକରଣ ଅଭିଯାନ ଭଳି ବିଭିନ୍ନ ସମାଜ କଲ୍ୟାଣ ଯୋଜନାର ଉଦାହରଣ ରଖିଛନ୍ତି । ଯୋଗୀ ସରକାର ଠିକ୍ ସମୟରେ ବିଭିନ୍ନ ଜନହିତକର ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି । ରାଜ୍ୟ ସରକାରଙ୍କ ସୁଶାସନ ପାଇଁ ୟୁପିବାସୀ ୨୦୧୭ ନିର୍ବାଚନରେ ଆମକୁ ବହୁଳ ସଂଖ୍ୟକ ସମର୍ଥନ ଦେଇଥିଲେ ଏବଂ ଦଳ ୩୦୦ରୁ ଅଧିକ ଆସନରେ ବିଜୟୀ ହୋଇଥିଲା । ଆସନ୍ତା ନିର୍ବାଚନରେ ମଧ୍ୟ ଏହି ଇତିହାସର ପୁନରାବୃତ୍ତି ହେବ ବୋଲି ଶାହା କହିଛନ୍ତି ।

Related Posts