ଉତ୍ତରାଖଣ୍ଡରେ କଂଗ୍ରେସକୁ ବଡ ଝଟକା: ହାତ ଛାଡି ପଦ୍ମ ଧରିଲେ ମହିଳା କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷା ସରିତା ଆର୍ଯ୍ୟ

ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ବିଗୁଲ ବାଜି ସାରିବା ପରେ ଯେପରି ଦଳ ଡିଆଁ ଡିଏଁ ଚାଲୁ ରହିଛି | ଏହାରି ମଧ୍ୟରେ ଆଜି କଂଗ୍ରେସ କୁ ବଡ ଝଟକା ଲାଗିଛି | ନୈନିତାଲର ପୂର୍ବତନ ବିଧାୟିକା ତଥା ମହିଳା କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷା ସରିତା ଆର୍ଯ୍ୟ କଂଗ୍ରେସ ଛାଡି ସୋମବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଛନ୍ତି | ଭାଜପା ପ୍ରଦେଶ ଅଧ୍ୟକ୍ଷ ମଦନ କୌଶିକ ସରିତାଙ୍କୁ ସେମାବାର ଡେରାଡୁନରେ ଦଳର ସଦସ୍ୟତା ଦେଇଛନ୍ତି ।

ଏହି ସମୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ବି ଉପସ୍ଥିତ ଥିଲେ ।

Related Posts