ଋଣ ଦେଲାନି ବ୍ୟାଙ୍କ, ରାଗିକି ବ୍ୟାଙ୍କରେ ନିଆଁ ଲଗାଇଦେଲେ ଆବେଦନକାରୀ

କର୍ଣ୍ଣାଟକର ହାଭେରୀ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ବ୍ୟାଙ୍କ ଋଣ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ନେଇ ବ୍ୟାଙ୍କକୁ ପଡିଛି ମହଙ୍ଗା । ଉତ୍ୟକ୍ତ ହୋଇ ବ୍ୟାଙ୍କରେ ନିଆଁ ଲଗାଇ ଦେଲେ ଆବେଦନକାରୀ । ଏନେଇ ଅଭିଯୋଗ ପରେ ବ୍ୟାଙ୍କରେ ନିଆଁ ଲଗାଇଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରତିହାଲ୍ଲୀ ସହରର ବାସିନ୍ଦା ୱାସିମ ହାଜରାଟସାବ ।

ସୂଚନା ଅନୁଯାୟୀ ୱାସିମ ବ୍ୟାଙ୍କରୁ ଋଣ ଆଣିବା ପାଇଁ ହେଡିଗୋଣ୍ଡା ଗ୍ରାମରେ ଥିବା କାନାରା ବ୍ୟାଙ୍କରେ ଆବେଦନ କରିଥିଲେ । ହେଲେ ତାଙ୍କର CIBIL ସ୍କୋର କମ୍ ଥିବାରୁ ବ୍ୟାଙ୍କ ତାଙ୍କ ଋଣ ଆବେଦନକୁ ପ୍ରତ୍ୟାଖାନ କରିଥିଲା । ଫଳରେ ଏଥିରେ ଉତ୍ତ୍ୟକ୍ତ ହୋଇ ଓ୍ବାସିମ ଗତ ରବିବାର ବ୍ୟାଙ୍କରେ ନିଆଁ ଲଗାଇ ଦେଇଥିଲେ । ଏନେଇ ଅଭିଯୋଗ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଛି ।

Related Posts