ପୁରୀ (ସତ୍ୟପାଠବ୍ୟୁରୋ): ଜଗନ୍ନାଥ ମନ୍ଦିର ସଦର ସଭାଗୃହ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ ହୋଇଛି। ପରିଚାଳନା କମିଟି ସ୍ଥାୟୀ ସଭାପତି ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେଉଛି। ଉପସ୍ଥିତ ଅଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ। ୭ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା।
ବୈଠକର ଏଜେଣ୍ଡା ଅନୁଯାୟୀ ଶ୍ରୀଜଗନ୍ନାଥ ମନ୍ଦିର ଭୂମି ପରିଚାଳନା ଅଧିନିୟମ ୨୦୨୬ ର ହେବ ଅବଗତି । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତି ମଣତି ସମ୍ବନ୍ଧରେ ମଧ୍ୟ ହେବ ଅବଗତି। ୨୦୨୫-୨୬ର ଚୂଡାନ୍ତ ଅଡିଟ ରିପୋର୍ର ହେବ ଉପସ୍ଥାପନ ଓ ଅନୁମୋଦନ । ସେହିପରି ୧୮ ମାର୍ଚ୍ଚ ଓ ୬ ଜୁଲାଇରେ ଶ୍ରୀଜଗନ୍ନଥ ତତ୍ତ୍ୱ ଗବେଷଣା,ପ୍ରକାଶନ ଓ ପ୍ରସାର ସବ୍ – କମିଟି ବୈଠକର ବିବରଣୀ ଅନୁମୋଦନ ହେବ ।
୫ ଜୁନ୍ ରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକର ବିବରଣୀ ପଠନ ଓ ଦୃଢ଼ୀକରଣ ,ଅନୁପାଳନ ହେବ । ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ସ୍ନାନ ଯାତ୍ରା ଓ ରଥଯାତ୍ରାର ହେବ ସମୀକ୍ଷା । ଘୋଷାଯାତ୍ରାର ସଫଳ ଆୟୋଜନ ରେ ସହଯୋଗ କରିଥିବା ସେବକ, ସେବକ ନିଯୋଗ, ଅଧିକାରୀ, କର୍ମଚାରୀ,ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମାନଙ୍କୁ କୃତଜ୍ଞତା ଜ୍ଞାପନ ହେବ । ୧୯ ସେପ୍ଟେମ୍ବରରେ ସଂସ୍ଥା ସବ୍ କମିଟି ବୈଠକର ବିବରଣୀ ଅନୁମୋଦନ ହେବ। ସଭାପତି ଙ୍କ ଅନୁମୋଦନ କ୍ରମେ ଅନ୍ୟାନ୍ୟ ଆଲୋଚନା ମଧ୍ୟ ହୋଇପାରେ।
