ଦୁଇ ଦିନ ତଳେ କିଙ୍ଗ ଖାନଙ୍କ ଘର ମନ୍ନତରେ ଏନସିବି ଟିମ୍ ପହଞ୍ଚିଥିଲା। ଶାହରୁଖ୍ ଓ ତାଙ୍କ ମ୍ୟାନେଜର୍ ପୂଜାଙ୍କ ସହ ଆଲୋଚନା କରିଥିଲା ଏନସିବି।ଏହି ସମୟରେ ଆର୍ୟନଙ୍କ ସମ୍ପର୍କୀତ ତଥ୍ୟ ଦେବାକୁ କୁହାଯାଇଥିଲା

ମୁମ୍ବାଇ: ଏନସିବି ଅଫିସ୍‌ରେ ଶାହରୁଖ ଖାନଙ୍କ ମ୍ୟାନେଜର୍ ପୂଜା ଦଦଲାନି। ମୁମ୍ବାଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଫିସ୍‌ରେ ହାଜର ହୋଇଛନ୍ତି ପୂଜା। ଏକ ବନ୍ଦ ଲଫାପାରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଜି ଏନସିବିକୁ ଦେଇଛନ୍ତି ଶାହରୁଖଙ୍କ ମ୍ୟାନେଜର। ମିଳିଥିବା ସୂଚନା ମୁତାବକ ଆର୍ୟନଙ୍କ ପାଠ ପଢ଼ା ସମ୍ପର୍କୀତ ବିଭିନ୍ନ ତଥ୍ୟ ଏନସିବିକୁ ଦିଆଯାଇଛି। ଉଚ୍ଚ ଶିକ୍ଷା ନେଉଥିବା ଅନୁଷ୍ଠାନ, ଆର୍ୟନଙ୍କ ବିଦେଶ ଗସ୍ତ ଏସବୁ ଶାହରୁଖ୍ ଖୋଦ୍ ଏନସିବିକୁ ଜଣାଇଛନ୍ତି।-ADVERTISEMENT-Ads by

ଦୁଇ ଦିନ ତଳେ କିଙ୍ଗ ଖାନଙ୍କ ଘର ମନ୍ନତରେ ଏନସିବି ଟିମ୍ ପହଞ୍ଚିଥିଲା। ଶାହରୁଖ୍ ଓ ତାଙ୍କ ମ୍ୟାନେଜର୍ ପୂଜାଙ୍କ ସହ ଆଲୋଚନା କରିଥିଲା ଏନସିବି। ଏହି ସମୟରେ ଆର୍ୟନଙ୍କ ସମ୍ପର୍କୀତ ତଥ୍ୟ ଦେବାକୁ କୁହାଯାଇଥିଲା।

ଗତକାଲି ବି ଶାହରୁଖଙ୍କ ମୁଖ୍ୟ ସୁରକ୍ଷାକର୍ମୀ ଏନସିବିରେ ପହଞ୍ଚି କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଦାଖଲ କରିଥିଲେ। କ୍ରୁସ୍‌ରେ ରେଭ ପାର୍ଟିି ମାମଲାରେ ମୁମ୍ବାଇ ଆର୍ଥର ରୋଡ୍ ଜେଲ୍‌ରେ ଅଛନ୍ତି ଆର୍ୟନ ଖାନ୍। ଆସନ୍ତା ମଙ୍ଗଳବାର ଦିନ ବମ୍ବେ ହାଇକୋର୍ଟରେ ତାଙ୍କ ଜାମିନ୍ ଆବେଦନର ଶୁଣାଣି ହେବ।  

କ୍ରୁଜ୍ ଡ୍ରଗ୍ସ ଲିଙ୍କ ମାମଲାରେ ଆର୍ୟନଙ୍କ ସଂପୃକ୍ତି ନେଇ ଅନନ୍ୟାଙ୍କୁ ଏନସିବିର ଜେରା ଶେଷ ହୋଇଛି। ଗତ ତିନି ଦିନ ଧରି ଏନସିବି ଅଫିସ ଆସି ଜେରାର ସମ୍ମୁଖୀନ ହୋଇଥିଲେ ଅନନ୍ୟା। ଆର୍ଥିକ ନେଣଦେଣ ଏବଂ ହ୍ୱାଟ୍ସଅପ୍ ଚାଟ୍ ସମ୍ପର୍କରେ ଏନସିବି ଜେରା କରିଛି। ଅନନ୍ୟାଙ୍କୁ ଜେରା ଶେଷ ହୋଇଥିବା ନେଇ ଏନସିବି ପକ୍ଷରୁ ସୂଚନା ଦିଆଯାଇଛି।