ଏୟାର ମାର୍ଶଲ ମାନବେନ୍ଦ୍ର ସିଂହଙ୍କ ନେତୃତ୍ୱରେ ସେନାର ୩ ବିଭାଗର ମିଳିତ କମିଟି ଜେନେରାଲ ରାୱତ ହେଲିକପ୍ଟର ଦୁର୍ଘଟଣାର ତଦନ୍ତ କରିବ

କୁନ୍ନୁର ହେଲିକପ୍ଟର ଦୁର୍ଘଟଣାକୁ ନେଇ ଗୃହରେ ବିବୃତ୍ତି ରଖିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ଜଣଙ୍କ ବିଷୟରେ ଗୃହରେ ଅବଗତ କରାଇଲେ ପ୍ରତିରକ୍ଷା ମନ୍ତ୍ରୀ । ଦୁର୍ଘଟଣା ପୂର୍ବ ଆଉ ପର ଘଟଣା ବଳି ସମ୍ପର୍କରେ ସୂଚନା ଦେଇଛନ୍ତି | ଅବତରଣର ୭ମିନିଟ ପୂର୍ବରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରତୀୟ ବାୟୁସେନା (IAF) ଦୁର୍ଘଟଣାର ତ୍ରିସ୍ତରୀୟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି । ଏୟାର ମାର୍ଶଲ ମନଭେନ୍ଦ୍ର ସିଂଙ୍କ ନେତୃତ୍ୱରେ ଏହି ଅନୁସନ୍ଧାନ କରାଯିବ । ଅନୁସନ୍ଧାନକାରୀ ଦଳ ଗତକାଲି ୱେଲିଂଟନ୍‌ରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ । ସମସ୍ତଙ୍କୁ ଲୋକସଭାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

ସୂଚନାଯୋଗ୍ୟ, ସିଡିଏସ ବିପିନ ରାୱତ ସୁଲୁର ଏୟାରବେସରୁ ୧୧ଟା ୪୮ ଉଡାଣ ଭରିଥିଲେ । ୧୨ଟା ୮ରେ ହେଲିକପ୍ଟର ସହ ସମ୍ପର୍କ ଛିନ୍ନ ହୋଇଥିଲା । ୧୨ଟା ୧୫ରେ ୱେଲିଂଟନରେ ହେଲିକପ୍ଟର ଲ୍ୟାଣ୍ଡିଂ କରିବାର ଥିଲା । ଅବତରଣର ୭ମିନିଟ ପୂର୍ବରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ସିଡିଏସ ବିପିନ ରାୱତଙ୍କ ସମେତ ୧୩ଜଣଙ୍କ ଦେହାନ୍ତ ହୋଇଛି । ସେନା ମର୍ଯ୍ୟାଦା ସହ ସମସ୍ତ ଶହୀଦଙ୍କ ଶେଷକୃତ୍ୟ ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ । ଗ୍ରୁପ କ୍ୟାପଟେନ ବରୁଣ ସିଂ ସ୍ବାସ୍ଥବସ୍ଥା ଗୁରୁତର ଅଛି । ତାଙ୍କୁ ଲାଇଫ ସପୋଟରେ ରଖାଯାଇଛି । ୱିଲଙ୍ଗଟନରେ ଥିବା ମିଲଟାରୀ ହସ୍ପିଟାଲରେ ତାଙ୍କ ଚିକିତ୍ସା କରାଯାଉଛି । ତାଙ୍କ ଜୀବନ ବଞ୍ଚାଇବାକୁ ସବୁପ୍ରକାର ପ୍ରୟାସ କରାଯାଉଛି ବୋଲି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ।

Related Posts