ଓମିକ୍ରନ ଭୟ: କେରଳ ଏବଂ ଉତ୍ତରାଖଣ୍ଡରେ ନାଇଟ କର୍ଫ୍ୟୁ

ରାଜ୍ୟରେ ବଢୁଛି ଓମିକ୍ରନ ସଂକ୍ରମିତ ଙ୍କ ସଂଖ୍ୟା । ଗୋଟିଏ ପଟେ ସଂକ୍ରମଣକୁ ନେଇ ଚିନ୍ତା ବଢ଼ୁଥିବା ବେଳେ, ଆଗକୁ ଆସୁଛି ନୂଆ ବର୍ଷ । ତେବେ ନୂଆ ବର୍ଷ ରେ ଆକ୍ରାନ୍ତଂକ ସଂଖ୍ୟା ଆହୁରି ଅଧିକ ବଢିପାରେ, ତେବେ ଏହି ଆଶଙ୍କାକୁ ନେଇ କେରଳ ଏବଂ ଉତ୍ତରାଖଣ୍ଡରେ ଲାଗୁ ହେଲା ନାଇଟ କର୍ଫ୍ୟୁ। କେରଳରେ ଡିସେମ୍ବର ୩୦ରୁ ଜାନୁଆରି ୨ପର୍ଯ୍ୟନ୍ତ ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ ହେବା ସହ ଉତ୍ତରାଖଣ୍ଡରେ ଆଜିଠାରୁ ନାଇଟ କର୍ଫ୍ୟୁ ଲାଗୁ ହୋଇଛି। ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ନାଇଟ କର୍ଫ୍ୟୁ ଲାଗୁ ହେବ।

ଦେଖିବାକୁ ଗଲେ ଆଜି ଦେଶରେ ୨୪ ଘଣ୍ଟା ମଧ୍ୟରେ ୬,୫୩୧ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୩୧୫ ମୃତ୍ୟୁ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୭,୯୩,୩୩୩ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୩୧୫ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୪,୭୯,୯୯୭ରେ ପହଞ୍ଚିଛି।

Related Posts