କରୋନା ନୂଆ ଭାରିଏଣ୍ଟ ଓମିକ୍ରନ କୁ ନେଇ ବଢୁଛି ଚିନ୍ତା | ଏନେଇ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାତିରେ ଶିରିଡି ସାଇବାବାଙ୍କ ଦର୍ଶନ ବନ୍ଦ । ମହାରାଷ୍ଟ୍ର ସରକାର ସଂପୂର୍ଣ୍ଣ ରାଜ୍ୟରେ ରାତି ୯ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଏହାକୁ ଦୃଷ୍ଟିରେ ଦେଖି ଶିରିଡି ସାଇ ବାବା ସଂସ୍ଥା ପକ୍ଷରୁ ରାତିରେ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରହିବ ।

ଏହା ସହିତ ପ୍ରତିଦିନ ସକାଳ ଏବଂ ରାତିରେ ହେଉଥିବା ଆଳତିରେ ମଧ୍ୟ ଶ୍ରଦ୍ଧାଳୁ ସାମିଲ ହେବେ ନାହିଁ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । କରୋନା ଭାଇରସ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି ମହାରାଷ୍ଟ୍ର ସରକାର ।

କରୋନାରୁ ନୂଆ ଭାରିଏଣ୍ଟ ମାମଲା ବଢୁଥିବା ଯୋଗୁଁ ରାଜ୍ୟରେ ରାତି ୯ଟାରୁ ସକାଳ ୬ ପର୍ଯ୍ୟନ୍ତ ସାର୍ବଜନୀକ ସ୍ଥାନରେ ୫ ଜଣରୁ ଅଧିକ ଲୋକ ଏକାଠି ନ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡା ବିବାହ ସମାରୋହ ଉପରେ ମଧ୍ୟ କଟକଣା ଜାରି କରାଯାଇଛି |