କଟକ ପରେ ପୁରୀରେ ପୁଣି ଗୁଡି ସୁତାରେ କଟିଲା ଆଉ ଜଣେ ବ୍ୟକ୍ତିଙ୍କ ବେକ

ସତ୍ୟପାଠ 27/12 ପୁରୀ: କଟକ ପରେ ପୁରୀରେ ଅଘଟଣ। ଅସୁସ୍ଥ ପୁଅ ପାଇଁ ବଡ଼ଡାଣ୍ଡକୁ ଔଷଧ କିଣିବା ପାଇଁ ଆସିଥିବାବେଳେ କୁଣ୍ଢାଇବେଣ୍ଟ ସାହିର ଭଞ୍ଜବିହାରୀ ପାତ୍ରଙ୍କ ବେକରେ ଗୁଡି ସୂତା ଲାଗି ବେକ କଟିଯାଇଛି। ଡ଼ାକ୍ତରଖାନା ଛକ ସ୍ଥିତ ମାଳିଯାଗା ନିକଟରେ ଏହି ଅଘଟଣ ଘଟିଛି। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟ ଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଛି। ତେବେ ଗତ କାଲି ମଧ୍ୟ ଗୁଡି ସୁତା ବେକରେ ଗୁଡାଇ ହୋଇ କଟକର ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ପୋଲିସ୍‌ ପକ୍ଷରୁ ଗୁଡି ଦୋକାନ ମାନଙ୍କରେ ରେଡ୍‌ ଚାଲିଛି। ଗତ 24ଘଣ୍ଟା ଭିତରେ ଡଳଖିବାକୁ ମିଳିଲାଣି ଦୁଇଦୁଇଟି ଘଟଣା | ଆଗକୁ ମକର ପର୍ବ ଥିବାରୁ ଘରୁ ବାହାରକୁ ଯିବା ଏବେ ସାଧାରଣ ଲୋକଙ୍କୁ କୋଉଠିନାଁ କୋଉଠି ଚିନ୍ତାରେ ପକାଇଲାଣି |

Related Posts