କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ

ଭୁବନେଶ୍ୱର ୨୪/୧୦: ରାଜ୍ୟରେ ଧୀରେ ଧୀରେ ପାରଦ ତଳକୁ ଖସୁଛି ।ଦାରିଙ୍ଗିବାଡ଼ିରେ ପାରଦ ୧୧ ଡିଗ୍ରୀକୁ ଖସିଆସିଛି । ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୧୫.୨ ଓ ଭବାନୀପାଟଣାରେ ୧୬.୮ଡିଗ୍ରୀକୁ କମିଛି । ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେବା ଆରମ୍ଭ ହୋଇଯାଇଛି ।

ଶୁକ୍ରବାର ଦାରିଙ୍ଗିବାଡ଼ିରେ ପାରଦ ସର୍ବନିମ୍ନ ୧୬ ଡିଗ୍ରୀ ଥିବାବେଳେ ଶନିବାର ପାରଦ ହଠାତ୍‌ ୫ଡିଗ୍ରୀ ଖସିଛି । ଭବାନୀପାଟଣାରେ ସର୍ବନିମ୍ନ ତାପମାତ୍ରା ୧୬.୮ ଡିଗ୍ରୀ, ସୋନପୁରରେ ୧୭, କେନ୍ଦୁଝରରେ ୧୮, ଝାରସୁଗୁଡ଼ାରେ ୧୮.୬, ଅନୁଗୁଳରେ ୧୯, ନୟାଗଡ଼ରେ ୧୯ ଏବଂ ହୀରାକୁଦରେ ସର୍ବନିମ୍ନ ତାପମାତ୍ରା ୧୯.୧ ଡିଗ୍ରୀ ରେକର୍ଡ ହୋଇଛି ।

ସେପଟେ ଶନିବାର ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ସମ୍ପୂର୍ଣ୍ଣ ଫେରିଯାଇଛି । ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଉତ୍ତର ପୂର୍ବ ଭାରତରୁ ପ୍ରତ୍ୟାବର୍ତ୍ତନ କରିଛି । ଆସନ୍ତା ୨୮ ତାରିଖ ଯାଏ ରାଜ୍ୟରେ ଶୁଖିଲା ପାଗ ରହିବ । ଦିନକୁ ଦିନ ଶୀତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Related Posts