କରୋନା କବ୍ଜାରେ କୋରାପୁଟ ସାଂସଦ, ଟ୍ୱିଟ କରି ଦେଲେ ସୂଚନା

କରୋନାରେ ଆକ୍ରାନ୍ତ ହେଲେ ପୁଣି ଆଉ ଜଣେ ସାଂସଦ । କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ କରୋନା | ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି | ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଟ୍ୱିଟ କରି ସପ୍ତଗିରି କହିଛନ୍ତି କି ‘ମୁଁ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛି । ମୋ ମଧ୍ୟରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଦେଇଛି । ଯାହା ଫଳରେ ମୁଁ ଏବେ ଘରେ ଆଇସୋଲେସନରେ ରହିଛି ।

ଏଥିସହ ଯେଉଁମାନେ ମୋ ସଂପର୍ଶରେ ଆସିଛନ୍ତି ସେମାନେ ତୁରନ୍ତ ଆଇସୋଲେସନରେ ରହି କରୋନା ପରୀକ୍ଷା କରନ୍ତୁ’ ବୋଲି ଟ୍ୱିଟ୍ କରି କହିଛନ୍ତି ସପ୍ତଗିରି ଉଲ୍ଲାକା ।

ସୂଚନା ଅନୁସାରେ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଲଗାତର ଦୁଇ ଦିନ ହେବ ରାଜ୍ୟରେ ୧୦ ହଜାର ଉପରେ ରହିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ୨୭୩ ଆକ୍ରାନ୍ତ ଚିହ୍ନଟ ହୋଇଛି ।

Related Posts