ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): କେରଳ ନନ ବଳାତ୍କାର ମାମଲାରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହି ମାମଲାରେ କେରଳର ଏକ କୋର୍ଟ ଅଭିଯୁକ୍ତ ବିଶପ ଫୌଙ୍କୋ ମୁଲକ୍କଲକୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି । ସେପଟେ ୧୦୦ ଦିନରୁ ଅଧିକ ସମୟ ଧରି ଚାଲିଥିବା ଏକ ଶୁଣାଣି ପରେ କୋଟାୟାମର କୋର୍ଟ ତାଙ୍କୁ ସମସ୍ତ ଦୋଷରୁ ମୁକ୍ତ କରିଥିଲେ। ପ୍ରମାଣ ଅଭାବରୁ କୋର୍ଟ ତାଙ୍କୁ ନିର୍ଦ୍ଦୋଶରେ ଖଲାସ କରିଥିବାର ସୂଚନା ମିଳିଛି । ଅନ୍ୟପଟେ ୨୦୧୮ ମସିହାରେ ଜଣେ ୪୩ ବର୍ଷୀୟ ନନ୍ କୋଟାୟାମରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ ଜଲନ୍ଦର ବିଷ୍ପ ତାଙ୍କୁ ୨୦୧୪ ରୁ ୨୦୧୬ ମଧ୍ୟରେ ଅନେକ ଥର ବଳାତ୍କାର କରିଥିଲେ ।
ଏହି ମାମଲାର ଅନୁସନ୍ଧାନ କରୁଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ବିଷ୍ପଙ୍କୁ ସେପ୍ଟେମ୍ବର ୨୦୧୮ ରେ ଗିରଫ କରିଥିଲେ ଏବଂ ତାଙ୍କୁ ବଳାତ୍କାର, ଅପ୍ରାକୃତିକ ଯୌନ ନିର୍ୟାତନା ଏବଂ ଅପରାଧୀକ ଧମକ ଦେଇ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ମାମଲାର ଶୁଣାଣି ନଭେମ୍ବର ୨୦୧୯ ରେ ଆରମ୍ଭ ହୋଇଥିଲା, ଯାହା ଜାନୁଆରୀ ୧୦ ରେ ଶେଷ ହୋଇଥିଲା । ଏହି ମାମଲାରେ ଅତିରିକ୍ତ ଜିଲ୍ଲା ଏବଂ ଅଧିବେଶନ କୋର୍ଟ ଅଭିଯୁକ୍ତ ବିଶପ ଫୌଙ୍କୋକୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି । ସେପଟେ ବଳତ୍କାରର ଶିକାର ହୋଇଥିବା ବ୍ୟକ୍ତି ପଞ୍ଜାବରେ ଅବସ୍ଥିତ ଯୀଶୁଙ୍କ ମଣ୍ଡଳୀର ସଦସ୍ୟ ଥିଲେ ।