ଫୁଲ ମାର୍କେଟରେ ଏକ ପରିତ୍ୟକ୍ତ ବ୍ୟାଗରୁ ମିଳିଲା ବୋମା, ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ ଗାଜିପୁର ଅଞ୍ଚଳର ଫୁଲ ମାର୍କେଟରେ ଏକ ପରିତ୍ୟକ୍ତ ବ୍ୟାଗରୁ ମିଳିଛି ବୋମା | ଘଟଣାସ୍ଥଳରେ କର୍ଡନ କରାଯାଇ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍‌, ଦମକଳ ବାହିନୀ ଓ ଜାତୀୟ ସୁରକ୍ଷା ବଳ (ଏନ୍‌ଏସ୍‌ଜି)ଙ୍କୁ ମୁତୟନ କରାଯାଇଛି । ଏଥିଯୋଗୁ ପୂରା ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ବିସ୍ଫୋରଣ ଆଇନରେ ମାମଲା ରୁଜୁ କରାଯାଇଥିବା କମିଶନର ରାକେଶ ଅସଥାନା କହିଛନ୍ତି। ତଦନ୍ତ ଚାଲିଥିବାରୁ ଏ ଘଟଣା ଉପରେ ଅଧିକ ତଥ୍ୟ ଦିଆଯାଇ ନାହିଁ |

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜେସିବି ସହାୟତାରେ ଏକ ବଡ଼ ଗାତ ଖୋଳା ଯାଇ IEDକୁ ନିଷ୍କ୍ରିୟ କରାଯାଇଛି। କିଏ ରଖିଲା ବ୍ୟାଗ୍‌ ? କେଉଁଠୁ ଆସିଲା ଓ କେଉଁଠିକି ଏହି ବ୍ୟାଗ୍‌ ଯାଇଥାନ୍ତା ? ଏନେଇ ସ୍ପେଶାଲ୍‌ ସେଲ୍‌ ଟିମ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି।

ଦିଲ୍ଲୀ ପୋଲିସ୍‌ର ସୂଚନା ଅନୁସାରେ, ଆଜି ସକାଳ ୧୦ଟା ୨୦ ମିନିଟ୍‌ରେ ପିସିଆର୍‌କୁ ଫୋନ୍‌ କଲ୍‌ ଆସିଥିଲା। ଗାଜିପୁର ଅଞ୍ଚଳରେ ଏକ ସନ୍ଦିଗ୍ଧ ବ୍ୟାଗ୍‌ରେ ବୋମା ଥିବା ଖବର ମିଳିଥିଲା। ଏହାପରେ ପୋଲିସ୍‌, ସ୍ପେଶାଲ୍‌ ସେଲ୍‌ ଟିମ୍‌, NSG ଓ Bomb Disposal Squad ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁରା ଅଞ୍ଚଳକୁ ସିଲ୍‌ କରାଯାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ବ୍ୟାଗ୍‌ରୁ IED ମିଳିଥିଲା। ଏହାପରେ ଜେସିବି ସହାୟତାରେ ଏକ ବଡ଼ ଗାତ ଖୋଳା ଯାଇ IEDକୁ ନିଷ୍କ୍ରିୟ କରାଯାଇଥିବା ଜଣାପଡ଼ିଛି। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।

ସୂଚନାଥାଉ କି, ଗତ ଡିସେମ୍ବର ୯ରେ ଦିଲ୍ଲୀ ରୋହିଣୀ କୋର୍ଟରେ ବୋମା ବିସ୍ଫୋରଣ ହୋଇଥିଲା। କୋର୍ଟର ରୁମ୍‌ ନଂ ୧୦୨ରେ ବିସ୍ଫୋରଣ ହୋଇଥିଲା |

Related Posts