କରୋନାର ନୂଆ ଭାରିଆଣ୍ଟ ‘AY 4.2’କୁ ନେଇ ଏମିତି କହିଲେ DMET

ଭୁବନେଶ୍ବର : କରୋନାର ନୂଆ ଭାରିଆଣ୍ଟ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି, AY 4.2 ଡେଲଟା ଭାଇରସର ଉପପ୍ରଜାତି । ଏହା ଇନ୍ଦୋରରେ ୭ଟି ଏବଂ ମହାରାଷ୍ଟ୍ରରେ କିଛି ଚିହ୍ନଟ ହୋଇଛି। ସଂଖ୍ୟା ଦୄଷ୍ଟିରୁ ଦେଖିଲେ ଆଶଙ୍କା ସୄଷ୍ଟି କରିନାହିଁ । ଯଦିଓ ପ୍ରଥମେ ଡିଟେକ୍ଟ ହୋଇଛି ତାକୁ ଭାରିଆଣ୍ଟ ଅଫ୍ ଇନଭେଷ୍ଟିଗେସନରେ ରଖାଯାଇଛି । ତାପରେ ଭାରିଆଣ୍ଟ ଅଫ୍ ଇଣ୍ଟ୍ରେଷ୍ଟ ତାପରେ କନସର୍ଣ୍ଣ ଷ୍ଟେଜ । କିନ୍ତୁ ଏପର୍ଯ୍ୟନ୍ତ ଏହାକୁ କନସର୍ଣ୍ଣ ଷ୍ଟେଜ୍ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଘୋଷଣା କରିନାହିଁ । ଏହା ଭାରିଆଣ୍ଟ ଅଫ୍ ଇନଭେଷ୍ଟିଗେସନ ୟୁ.କେ. ବୋଲି ଘୋଷଣା କରିଛି। ଇଂଲଣ୍ଡରେ ୧୦ ପ୍ରତିଶତ ଲୋକଙ୍କ ପାଖରେ ଦେଖାଯାଉଛି ।  

ଭାରତରେ ଦେଖିଲେ ଏହା ଅତି ନଗଣ୍ୟ । ବ୍ୟସ୍ତ ହେବାର ସମୟ ଆସିନି। ଡ଼ବ୍ଲୁଏଚଓ ଏବଂ ୟୁକେ ଏଜେନ୍ସି ସବୁ କହୁଛନ୍ତି ମାର୍ଜିନାଲି ଅଧିକ ସଂକ୍ରମଣ କରେ। ଏହା ଅଧିକ ସଂକ୍ରମଣକ୍ଷମ ନା ନାହିଁ ଜଣାପଡିନି। ଏହା କେତେଦୂର ଅଧିକ ରୋଗାକ୍ରାନ୍ତ କରୁଛି ତଦନ୍ତ ସାପେକ୍ଷ । କେତେ ଦୂର ଏହାକୁ ଭ୍ୟାକ୍ସିନ ପ୍ରତିରୋଧ କରିବ ସେ କଥା ବି ଡ଼ବ୍ଲୁଏଚଓ କହିନାହିଁ। ଭାରିଆଣ୍ଟ ଅଫ୍ ଇନଭେଷ୍ଟିଗେସନ୍ ଅଛି, ସମୟ କହିବ କେତେଦୂର ପରିସ୍ଥିତିକୁ ବିଗାଡିବ।

ଡେଲଟା ଭାଇରସର ୫୫ଟି ଉପ ପ୍ରଜାତି ରହିଛି । ତା ଭିତରୁ ଅଳ୍ପ କେତୋଟି ଲୋକଲୋଚନକୁ ଆସିଛି । ଜେନୋମିକ୍ ଷ୍ଟଡି ଚାଲିଛି । ନୂଆ ଭାଇରସ୍ ଯେତେବେଳେ ଆସୁଛି ତାହା କେତେ ପ୍ରଭାବ ପକାଉଛି ଜଣାପଡିବ। ପରୀକ୍ଷା ନୀରିକ୍ଷା ଚାଲିଛି । ବୁଷ୍ଟର ଡୋଜ୍ କିଛି ଦେଶରେ ବରିଷ୍ଠ ଲୋକଙ୍କୁ ଦିଆଯାଉଛି । ଭାରତର ଟିକାନୀତିରେ ବର୍ତ୍ତମାନ ଯାଏଁ ବୁଷ୍ଟର ଡୋଜକୁ ଅନୁମତି ମିଳିନାହିଁ ବୋଲି ଡିଏମଇଟି କହିଛନ୍ତି ।

Related Posts