କରୋନା କବ୍ଜାରେ ଡାକ୍ତର: ପାଟନାର ୧୭ ଡାକ୍ତର କରୋନା ପଜିଟିଭ ଚିହ୍ନଟ

ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ, ପାଟନାରେ ଥିବା ନାଳନ୍ଦା ମେଡିକାଲ କଲେଜ ଏବଂ ହସ୍ପିଟାଲର ୧୭ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ତେବେ ପଜିଟିଭ୍ ଚିହ୍ନଟ ହୋଇଥିବା ସମସ୍ତ ଡାକ୍ତର ଡିସେମ୍ବର ୨୮ରେ ପାଟନାରେ ଅନୁଷ୍ଠିତ ଭାରତୀୟ ମେଡିକାଲ୍ ଆସୋସିଏସନର ବାର୍ଷିକ ବୈଠକରେ ଯୋଗ ଦେଇଥିଲେ।

NMCH ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ୧୭ ଜଣ ଡାକ୍ତରଙ୍କ ଆଣ୍ଟିଜେନ୍ ରିପୋର୍ଟ ପଜିଟିଭ ଆସିଛି।

ଏହା ପରେ ସମସ୍ତ ଡାକ୍ତରଙ୍କ RT-PCR ଟେଷ୍ଟ କରାଯାଇଥିଲା। RT-PCR ରିପୋର୍ଟ ଏପର୍ଯ୍ୟନ୍ତ ଆସିନଥିବା ଜଣାପଡ଼ିଛି।

Related Posts