ବଲିଉଡ଼ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ କରୋନା

କରୋନା କବାଜରେ ବଲିଉଡ଼ କଳାକାର | ଏବେ ଅଭିନେତ୍ରୀ ମୃଣାଳ ଠାକୁର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବଲିଉଡ ରେ ପାଦ ଥାପିଥିବା ମୃଣାଳ ଗତ କିଛି ଦିନ ଧରି ‘Jersey’ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଥିବା ବେଳେ,କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି |

ତେବେ ସେ କରୋନା ପଜିଟିଭ ଚିହ୍ନଟ ହେବା ପରେ ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଥିଲେ । ତେବେ ତାଙ୍କ ଶରୀରରେ କୋରୋନାର ଅଳ୍ପ କିଛି ଲକ୍ଷଣ ଦେଖାଦେଇଛି । ଏଥିଲାଗି ସେ ନିଜକୁ କ୍ବାରେଣ୍ଟାଇନରେ ରଖିଛନ୍ତି । ତେବେ ବର୍ତ୍ତମାନ ସେ ଠିକ ଥିବାବେଳେ କୋରୋନାର ସମସ୍ତ ନିୟମ ମାନି ଚଳୁଥିବା କହିଛନ୍ତି । ଏହାସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସେ କୋରୋନା ପରୀକ୍ଷା କରିନେବା ନେଇ ଅନୁରୋଧ କରିଛନ୍ତି ।

ଜାନୁଆରୀ ୭ରେ ରିଲିଜ୍ ହେବନି ମେଗା ବଜେଟ୍ ଫିଲ୍ମମୃଣାଳ ନିଜର ଆଗାମୀ ଫିଲ୍ମ ‘ଜର୍ସି’ର ରିଲିଜକୁ ଅପେକ୍ଷା କରିଛନ୍ତି । ଏଥିରେ ଅଭିନେତା ଶାହିଦ କପୁର କ୍ରିକେଟର ଭୂମିକାରେ ଅଭିନୟ କରିଛନ୍ତି । ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବା ପରେ ଏହି ଫିଲ୍ମର ରିଲିଜ ତାରିଖକୁ ଏବେ ଘୁଞ୍ଚାଇ ଦିଆଯାଇଛି । ଫିଲ୍ମଟି ଡିସେମ୍ବର ୩୧ ତାରିଖରେ ରିଲିଜ ହେବାର ଯୋଜନା ରହିଥିଲା ।ତେବେ ସୂଚନା ଥାଉ କି ଫିଲ୍ମରେ ଗୌତମ ତିନ୍ନାନୁରି ନିର୍ଦ୍ଦେଶନା ଦେଇଥିବାବେଳେ ଏହା ହେଉଛି ତେଲୁଗୁ ଫିଲ୍ମର ରିମେକ୍‌ । ତେଲୁଗୁ ଭାଷାରେ ମଧ୍ୟ ଫିଲ୍ମଟି ସମାନ ନାମରେ ରିଲିଜ ହୋଇଥିଲା ।

Related Posts