କରୋନା କବ୍ଜାରେ ଡାକ୍ତର: ଶ୍ରୀନଗରରେ ଗୋଟିଏ ଦିନରେ ୮୦ ଜଣ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା

ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ, ଏବେ କରୋନା କବ୍ଜାରେ ଏନେକ ଡାକ୍ତର | ଜମ୍ମୁ କଶ୍ମୀରର ଶ୍ରୀନଗର ସ୍ଥିତ ସରକାରୀ ମେଡିକାଲ କଲେଜରେ ୮୦ରୁ ଅଧିକ ଡାକ୍ତର, ପାରାମେଡିକାଲ କର୍ମଚାରୀ ଓ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀ ଗୋଟିଏ ଦିନରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୪୬କୁ ବୃଦ୍ଧି ପାଇଛି। ୪୬ ଜଣ ଡାକ୍ତର, ୨୨ ଏମବିବିଏସ୍‌ ଛାତ୍ରଛାତ୍ରୀ ଓ ୧୫ ଜଣ ପାରାମେଡିକ୍ସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ଡା.ସଲୀମ ଖାନ କହିଛନ୍ତି।

ଅନ୍ୟପଟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଲୋକେ କରୋନା ଗାଇଡଲାଇନ ପାଳନ କରନ୍ତୁ। ଭିଡ଼ ସ୍ଥାନରୁ ନିବୃତ୍ତ ରହିବା ସହିତ ମାସ୍କ ପିନ୍ଧି ସାମାଜିକ ଦୂରତା ପାଳନ କରିନ୍ତୁ।

ସୂଚନାଯୋଗ୍ୟ, ମଙ୍ଗଳବାର ଜମ୍ମୁ କଶ୍ମୀରରେ ମୋଟି ୪୬୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏଥିରୁ ଜମ୍ମୁ ଡିଭିଜନରୁ ୧୫୪୬ ଓ କଶ୍ମୀର ଡିଭିଜନରୁ ୩୧୦୫ ଜଣଙ୍କୁ କରୋନା ହୋଇଥିଲା। ବର୍ତ୍ତମାନ ରାଜ୍ୟରେ ମୋଟ ୨୧ ହଜାର ୬୭୭୭ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

ଆଜି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 2,82,970 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଗତକାଲି(ମଙ୍ଗଳବାର) ତୁଳନାରେ 44,889 ଅଧିକ । ସେହିପରି ଦିନକରେ ଦେଶରେ 1,88,157 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ 441 କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ସକ୍ରିୟ ମାମଲା 18,31,000ରେ ପହଞ୍ଚିଛି । ଦେଶରେ ପଜିଟିଭ ରେଟ୍ ଗତକାଲି 14.43% ଥିବାବେଳେ ଆଜି 15.13%କୁ ବୃଦ୍ଧି ପାଇଛି । ସେପଟେ କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ଏଯାବତ୍ ଦେଶ ମଧ୍ୟରୁ 8,961 ଓମିକ୍ରନ ମାମଲା ଚିହ୍ନଟ ହୋଇସାରିଲାଣି ।

Related Posts