ଚର୍ଚ୍ଚାରେ ସାଉଥ୍‌ କୁଇନ୍‌ ସାମନ୍ଥା: ବଲିଉଡ୍‌ରୁ ଅନେକ ବଡ଼ ବଡ଼ ପ୍ରୋଜେକ୍ଟ ଅଫର

ଅଲ୍‌ଲୁ ଅର୍ଜୁନ୍‌ଙ୍କ ଫିଲ୍ମ ‘ପୁଷ୍ପା: ଦ ରାଇଜ୍‌’ ରେ ଅନ୍ତାବା’ ଗୀତ ଏବେ ଖୁବ ଚର୍ଚ୍ଚାରେ | ଦର୍ଶକଙ୍କୁ ଏହି ଗୀତ ଖୁବ୍‌ ପସନ୍ଦ ଆସିଛି। ଏହି ଗୀତରେ ସାମନ୍ତାଙ୍କ ନୃତ୍ୟୁଶୈଳୀ ଦର୍ଶକଙ୍କୁ ବିମୋହିତ କରିଦେଇଛି | ସାମନ୍ତାଙ୍କ ସହ ଅଲ୍‌ଲୁ ଅର୍ଜୁନ୍‌ ବି ଠୁମ୍‌କା ଲଗାଉଥିବାର ଦେଖିବାକୁ ମିଳିଛି।

ତେବେ ଫିଲ୍ମ ନିର୍ମାତାଙ୍କୁ ସାମନ୍ଥାଙ୍କ ଡ୍ୟାନ୍ସ ଏତେ ପସନ୍ଦ ଆସିଛି ଯେ ତାଙ୍କ ପାଖକୁ ଫିଲ୍ମର ଅଫର ଛୁଟିବାରେ ଲାଗିଛି। ରିପୋର୍ଟ ମୁତାବକ, ସାମନ୍ଥାଙ୍କୁ ବଲିଉଡ୍‌ରୁ ଅନେକ ବଡ଼ ବଡ଼ ପ୍ରୋଜେକ୍ଟ ଅଫର ହୋଇଛି ଓ ସେ ଖୁବ୍‌ଶୀଘ୍ର ଏଥିରେ ମୋହର ଲଗାଇବାକୁ ଯାଉଛନ୍ତି।

ସାମନ୍ଥା ରୁଥ ପ୍ରଭୁ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ଅଭିନେତ୍ରୀ। ସେ ଗତ ବର୍ଷ ଆମାଜନ ପ୍ରାଇମ୍‌ ଭିଡିଓର ସୁପରହିଟ୍‌ ସିରିଜ୍‌ ‘ଦ ଫ୍ୟାମିଲି ମ୍ୟାନ୍‌’ ସିଜନ ୨ରେ ହିନ୍ଦୀରେ ଡିଜିଟାଲ ଡେବ୍ୟୁ କରିଥିଲେ। ଏବେ ସେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ତାଜା ରିପୋର୍ଟ ମୁତାବକ, ସାମନ୍ଥାଙ୍କୁ ୟଶରାଜ ଫିଲ୍ମସ ପକ୍ଷରୁ ୩ଟି ଫିଲ୍ମ ଅଫର କରାଯାଇଛି। ୟଶରାଜ ଫିଲ୍ମସ ପକ୍ଷରୁ ସାମନ୍ଥାଙ୍କୁ ଏଥିପାଇଁ ଆପ୍ରୋଚ୍‌ କରାଯାଇଛି। କିନ୍ତୁ ଅଭିନେତ୍ରୀ କିମ୍ବା ପ୍ରଡକ୍ସନ୍‌ ହାଉସ୍‌ ପକ୍ଷରୁ ଏବେ ଯାଏଁ ଏନେଇ କୌଣସି ସୂଚନା ଦିଆଯାଇନାହିଁ।

ତେବେ ସାମନ୍ଥାଙ୍କ ନିକଟରେ ଏବେ ପ୍ରବଳ କାମ କରିଛି। ତାଙ୍କ ହାତରେ ଏବେ କାଥୁ ବକୁଲା ରେଙ୍ଗଡୁ କାଧଲ(ତାମିଲ), ଶାଙ୍କୁତଲମ୍‌(ତେଲୁଗୁ), ଯଶୋଦା(ତେଲୁଗୁ) ଓ ଆରେଞ୍ଜମେଣ୍ଟ ଅଫ୍‌ ଲଭ୍‌ (ଇଣ୍ଟରନ୍ୟାସନାଲ ଡେବ୍ୟୁ) ଭଳି ଅନେକ ପ୍ରୋଜେକ୍ଟ ରହିଛି। ତାଙ୍କ ପାଖରେ ଏତେ ପ୍ରୋଜେକ୍ଟ ଥିବାରୁ ଏବେ ଦେଖିବାକୁ ବାକି ରହିଲା ଯେ ସେ କେଉଁ ହିନ୍ଦୀ ଫିଲ୍ମ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରୁଛନ୍ତି। ଦର୍ଶକେ ସାମନ୍ଥାଙ୍କୁ ବଡ଼ ପରଦାରେ ଦେଖିବାକୁ ବେଶ୍‌ ଉତ୍ସାହିତ ଅଛନ୍ତି |

Related Posts