କରୋନା ଛଡେଇ ନେଲା ବାପା ମା: ଲକ୍ଷ ଲକ୍ଷ ପିଲା ଅନାଥ: ‘NCPCR’ ରିପୋର୍ଟ

ମହାମାରୀ କରୋନା ସମଗ୍ର ବିଶ୍ୱରେ ମୃତ୍ୟୁର ତାଣ୍ଡବ ରଚିଥିବା ବେଳେ, ଅନେକ ଛୋଟ ଛୋଟ ପିଲାଙ୍କୁ ଅନାଥ କରି ଦେଇଛି | କୁନି କୁନି ପିଲାଙ୍କ ମୁଣ୍ଡ ଉପରୁ ତାଙ୍କ ବାପା-ମାଆଙ୍କ ହାତ ହଟାଇଦେଇଛି କରୋନା |

କରୋନା ମହାମାରୀ ପାଇଁ ପାଖାପାଖି ୧.୫ ଲକ୍ଷ ପିଲା ଅନାଥ ହୋଇଯାଇଛନ୍ତି । ରାଷ୍ଟୀୟ ବାଳ ଅଧିକାର ସଂରକ୍ଷଣ ଆୟୋଗ (ଏନସିପିସିଆର) ପକ୍ଷରୁ ସୁପ୍ରିମ କୋର୍ଟରେ ଦାଖଲ କରାଯାଇଥିବା ରିପୋର୍ଟରେ କୁହାଯାଇଛି । ଏପ୍ରିଲ ୧ତାରିଖ ୨୦୨୦ରୁ ଜାନୁଆରୀ ୧୧ତାରିଖ ୨୦୨୨ ପର୍ଯ୍ୟନ୍ତ ୧.୪୭ ଲକ୍ଷ ପିଲା କରୋନା ମହାମାରୀ ପାଇଁ ବାପା-ମାଆଙ୍କ ମଧ୍ୟରୁ ଜଣଙ୍କୁ ହରାଇଦେଇଛନ୍ତି ।

ଏନସିପିସିଆର ରିପୋର୍ଟରେ କହିଛି, ଜାନୁଆରୀ ୧୧ ସୁଦ୍ଧା ୧୦ହଜାର ୯୪ ପିଲା ସମ୍ପୁର୍ଣ୍ଣ ଭାବେ ଅନାଥ ହୋଇଯାଇଛନ୍ତି । ଅର୍ଥାତ୍ ୧୦ହଜାର ପିଲା ଉଭୟ ବାପା-ମାଆଙ୍କୁ ହରାଇଛନ୍ତି । ସେହିପରି ୧ଲକ୍ଷ ୩୬ ହଜାର ୯୧୦ ପିଲା ବାପା-ମାଆଙ୍କ ମଧ୍ୟରୁ ଜଣଙ୍କୁ ହରାଇଛନ୍ତି । ସବୁଠୁ ବଡ କଥା ହେଉଛି ଏଥିମଧ୍ୟରୁ ପ୍ରାୟ ୪୮୮ ପିଲାଙ୍କୁ ତାଙ୍କ ବାପା ମାଆ ବେସାହାରା ଛାଡିଦେଇଛନ୍ତି । ରିପୋର୍ଟ ମୁତାବକ, ୧.୪୭ ଲକ୍ଷ ପିଲାଙ୍କ ମଧ୍ୟରୁ ୭୬ହଜାର ୫୦୮ ପୁଅ ଥିବା ବେଳେ ୭୦ ହଜାର ୯୮୦ ଝିଅ ରହିଛନ୍ତି । ସେଥିମଧ୍ୟରୁ ୪ପିଲା ଟ୍ରାଂସଜେଣ୍ଡର ରହିଛନ୍ତି |

Related Posts