କରୋନା ପ୍ରସଙ୍ଗ: ଆଜି ୯ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ

ଦେଶରେ ବଢୁଥିବା କରୋନା ପ୍ରସଙ୍ଗ ଓ ରାଜ୍ୟର କରୋନା ସ୍ଥିତିକୁ ନେଇ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ଅଧ୍ୟକ୍ଷତାରେ ୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା ହେବ | ସମସ୍ତ ସ୍ୱାସ୍ଥ୍ୟମନ୍ତ୍ରୀ ଓ ଅଧିକାରୀଙ୍କ ସହ କରୋନା ମୁକାବିଲା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆଲୋଚନା କରିବେ ।

ଟିକାକରଣ ଓ କରୋନା ସଂକ୍ରମଣକୁ କିପରି ରୋକ୍‍ ଲଗାଯାଇପାରିବ ସେନେଇ ଅଲୋଚନା କରିବେ ମନ୍ତ୍ରୀ । ଅନ୍ୟପଟେ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ବି ୩ ଲକ୍ଷ ଉପରେ ଦୈନିକ ମାମଲା ଆସୁଛି । ପ୍ରତ୍ୟେକ ଦିନ କରୋନା ଯୋଗୁ ୫ଶହ ଉପରେ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି । ଏହାକୁ ଦୃଷ୍ଟିରେ ରଖି ଆଜି ବୈଠକ ବସିବ ।

ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 2,55,874 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଗତକାଲି(ସୋମବାର) ଅପେକ୍ଷା 50,190 କମ୍ । ସେହିପରି ଗତ ୨୪ ଘଣ୍ଟାରେ ଦେଶରେ 2,67,753 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ ୬୧୪ ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଛି । ଦେଶରେ ପ୍ରଥମ କରି ସୁସ୍ଥ ସଂଖ୍ୟା ସଂକ୍ରମଣଠୁ ଅଧିକ ରହିଛି ।

Related Posts