କରୋନା ସଂକ୍ରମଣ ଭୟ: ଉତ୍ତରାଖଣ୍ଡରେ ୧୬ ଯାଏଁ ନିର୍ବାଚନୀ ରାଲି ମନା

ଦେଶରେ ବଢୁଥିବା କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡରେ ନିର୍ବାଚନୀ ରାଲି ଉପରେ ଲାଗିଲା ରୋକ । ଆସନ୍ତା ୧୬ ତାରିଖ ଯାଏ ରାଜ୍ୟରେ ନିର୍ବାଚନୀ ରାଲି ଓ ବିରୋଧ ପ୍ରଦର୍ଶନ ଉପରେ କଟକଣା ଲାଗିଛି | ରାଜ୍ୟ ସରକାର ଏହି କଟକଣା ଲଗାଇଛନ୍ତି | କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶନାମା ଜାରି ହୋଇଛି । ଚଳିତବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବ ।

ଏଥିରପାଇଁ ପ୍ରଚାର ଜୋରସୋର ଚାଲିଥିଲା । ୫ଟି ରାଜ୍ୟରେ ଚଳିଚବର୍ଷ ବିଧାନସଭା ନିର୍ବାଚନ ହେବ । ଏଥିରୁ ପ୍ରଥମ ରାଜ୍ୟ ଭାବରେ ଉତ୍ତରାଖଣ୍ଡ ନିର୍ବାଚନୀ ରାଲି ଉପରେ ରୋକ ଲଗାଇଛି । ଗତକାଲି ରାଜ୍ୟରୁ ୬୩୦ କରୋନା ପଜିଟିଭ୍ ବାହାରିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସେହିପରି ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବି ବନ୍ଦ ରହିବ ।

ରାତି ୧୦ଟାରୁ ସକାଳ ୬ଟା ଯାଏ ଉତ୍ତରାଖଣ୍ଡରେ ନାଇଟକର୍ଫ୍ୟୁ ଲାଗିବ । ସଂକ୍ରମଣ ବଢୁଥିବାରୁ କଂଗ୍ରେସ ଉତ୍ତରାଖଣ୍ଡ, ଗୋଆ, ଉତ୍ତରପ୍ରଦେଶ, ମଣିପୁରରେ ବଡ଼ ବଡ଼ ରାଲି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଆଗକୁ ଅନ୍ୟ ରାଜ୍ୟରେ ବି ନିର୍ବାଚନୀ ରାଲି ଉପରେ ଲାଗିପାରେ କଟକଣା |

ଅନ୍ୟପଟେ ଆଜି ଦେଶରୁ ୨୪ ଘଣ୍ଟା ମଧ୍ୟରେ ୧ଲକ୍ଷ ୪୧ ହଜାର ୫୨୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ଘଂଟାରେ ଦେଶର ସଂକ୍ରମଣ ସଂଖ୍ୟା ୨୧ ପ୍ରତିଶତ ବୃଦ୍ଧି ପାଇଛି । ଗତକାଲି ୧ ଲକ୍ଷ ୧୭ ହଜାର ୬୭ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସାତ ମାସ ପରେ ଗତକାଲି ପ୍ରଥମ ଥର ପାଇଁ ଲକ୍ଷେ ଟପିଥିଲା ନୂଆ ପଜିଟିଭ୍ ମାମଲା । ୨୪ ଘଂଟାରେ ୧୨୯ ଜଣଙ୍କର ମୃତ୍ୟୁ ହୋଇଛି ।

Related Posts