ରୁଦ୍ରପ୍ରୟାଗ(ସତ୍ୟପାଠବ୍ୟୁରୋ) : ଉତ୍ତରାଖଣ୍ଡରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି । ଭାରି ବର୍ଷା ଯୋଗୁଁ ରୁଦ୍ରପ୍ରୟାଗର ମଧ୍ୟମହେଶ୍ୱର ଧାମ ଯାତ୍ରା ମାର୍ଗରେ ଅସ୍ଥାୟୀ ପୋଲ ଭାସିଯାଇଛି । ଫଳରେ ଅନେକ ଯାତ୍ରୀ ଫସି ରହିଥିବା ସୂଚନା ମିଳଛି। ଏହି ଘଟଣା ପରେ ଯାତ୍ରୀଙ୍କ ଉଦ୍ଧାର ପାଇଁ ରେସ୍କ୍ୟୁ ଅପରେସନ୍ ଆରମ୍ଭ ହୋଇଛି । ଦୁର୍ଘଟଣାରେ ଜଣେ କାଉଡ଼ିଆଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପାହାଡ଼ିଆ ଅଞ୍ଚଳରେ ବର୍ଷା ଆଣିଛି ବିପଦ । ରୁଦ୍ରପ୍ରୟାଗର ମଧ୍ୟମହେଶ୍ୱର ଧାମ ଯିବା ରାସ୍ତାରେ ଥିବା ଏକ ଅସ୍ଥାୟୀ ପୋଲ ଜଳପ୍ରବାହରେ ଭାସିଯାଇଛି । ଫଳରେ ଯାତ୍ରା ମାର୍ଗରେ ଅଟକି ରହିଛନ୍ତି ଅନେକ ଶ୍ରଦ୍ଧାଳୁ । ଘଟଣା ପରେ ପ୍ରଶାସନ ଓ ଉଦ୍ଧାରକାରୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ରସି ଓ ଟ୍ରଲି ସାହାଯ୍ୟରେ ଫସିଥିବା ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ପାର କରାଯାଉଛି । ପ୍ରବଳ ବର୍ଷା ଯୋଗୁଁ ଏହି ଅଞ୍ଚଳରେ ପୂର୍ବରୁ ମଧ୍ୟ ଭୂସ୍ଖଳନ ଓ ଯାତାୟାତ ବାଧା ଭଳି ସମସ୍ୟା ସାମ୍ନାକୁ ଆସିଛି । ମଧ୍ୟମହେଶ୍ୱର ଯାତ୍ରା ମାର୍ଗରେ ଅନେକ ସମୟରେ ପୋଲ ଓ ରାସ୍ତା କ୍ଷତିଗ୍ରସ୍ତ ହେବାରୁ ଯାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶାସନ ଚିନ୍ତାରେ ପଡ଼ିଛି।
