କୋହଲୀଙ୍କ ଅଧିନାୟକ ପଦରୁ ଇସ୍ତଫା ଦେବା ନେଇ ପ୍ରତିକ୍ରିୟା ରଖିଲେ ବିସିସିଆଇ ଅଧ୍ୟକ୍ଷ: ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତି

ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବିରାଟ କୋହଲି । ତେବେ ଇସ୍ତଫା ଦେବା ପରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ସେ କହିଛନ୍ତି ଏହା ବିରାଟ କୋହଲିଙ୍କ ବ୍ୟକ୍ତିଗତ ନିଷ୍ପତି । ବିସିସିଆଇ ତାଙ୍କର ଏହି ନିଷ୍ପତିକୁ ସମ୍ମାନ ଜଣାଉଛି । ଏହା ସହ ଗାଙ୍ଗୁଲି କହିଛନ୍ତି, ବିରାଟଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ତିନିଟି ଫର୍ମାଟରେ ଭଲ ପ୍ରଦର୍ଶନ କରିଛି । ସେ ଟିମର ଜଣେ ପ୍ରମୁଖ ସଦସ୍ୟ ଅଛନ୍ତି ଓ ଆଗକୁ ମଧ୍ୟ ରହିବେ । ସେ ଜଣେ ମହାନ୍ ଖେଳାଳି ବୋଲି କହିଛନ୍ତି ଗାଙ୍ଗୁଲି ।

ଅନ୍ୟପଟେ, ବିରାଟ କୋହଲୀ ଟେଷ୍ଟ ଅଧିନାୟକ ପଦ ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କ୍ରିକେଟର । ମହାନ କ୍ରିକେଟର ସଚିନ୍ ତେନ୍ଦୁକରଙ୍କଠାରୁ ଆରମ୍ଭ କରି ପ୍ରଜ୍ଞାନ ଓଝାଙ୍କ ପର୍ପ୍ୟନ୍ତ ଅନେକ ପୂର୍ବତନ ଖେଳାଳି ପ୍ରତିକ୍ରିୟା ରଖିଛନ୍ତି ।

ତେବେ ଆସନ୍ତୁ ଜାଣିବା କିଏ କଣ କହିଛନ୍ତି,

ସଚିନ୍ ତେନ୍ଦୁଲକର
– ଜଣେ ଅଧିନାୟକ ଭାବେ ସଫଳ କାର୍ଯ୍ୟ ପାଇଁ ଅଭିନନ୍ଦନ
– ଦଳ ପାଇଁ ତୁମେ ସବୁବେଳେ ଶତ ପ୍ରତିଶତ ଦେଇଛ, ଆଗକୁ ମଧ୍ୟ ଦେବ
– ଭବିଷ୍ୟତ ପାଇଁ ତୁମକୁ ବହୁତ ବହୁତ ଶୁଭକାମନା

ସୁରେଶ ରାଇନା
– କୋହଲୀଙ୍କ ହଠାତ୍ ନିଷ୍ପତି ମୋତେ ଚକିତ କରିଛି
– ବିଶ୍ୱ କ୍ରିକେଟ୍ ଓ ଭାରତ ପାଇଁ ସେ ଯାହା କରିଛନ୍ତି, ସେଥିପାଇଁ କେବଳ ପ୍ରଶଂସା କରିପାରିବି
– ଭାରତର ସବୁଠାରୁ ଆକ୍ରମଣାତ୍ମକ ଓ ଫିଟ୍ ଖେଳାଳିମାନଙ୍କ ମଧ୍ୟରୁ ଜଣେ କୋହଲୀ
– ଜଣେ ଖେଳାଳି ଭାବେ ଭାରତ ପାଇଁ ଭଲ ପ୍ରଦର୍ଶନ ଜାରି ରଖିବେ ବୋଲି ଆଶା କରୁଛି

ଭିଭିଏସ୍ ଲକ୍ଷ୍ମଣ
– ଟେଷ୍ଟ ଅଧିନାୟକ ଭାବେ ଭଲ ପ୍ରଦର୍ଶନ ପାଇଁ ଅଭିନନ୍ଦନ
– ଅଧିନାୟକ ଭାବେ ତୁମେ ଉଦାହରଣ ସୃଷ୍ଟି କରିଛ
– ଠିକ୍ ପ୍ରସ୍ତୁତି ସହିତ ଆପଣ ଟେଷ୍ଟ କ୍ରିକେଟର ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି

ପ୍ରଜ୍ଞାନ ଓଝା
– କୋହଲୀ ଜଣେ ଆକ୍ରମଣାତ୍ମକ ଅଧିନାୟକ ଭାବେ ମନେ ରହିବେ
– ଯିଏକି ଫିଟ୍ନେସ୍କୁ ନେଇ ସମସ୍ତଙ୍କ ଦୃଷ୍ଟିକୋଣ ବଦଳାଇ ଦେଇଥିଲେ
– ଅଧିନାୟକ ଭାବେ ଦଳରେ ଏକ ଭିନ୍ନ ମୂଲ୍ୟ ଯୋଗ କରିଥିଲେ ।

Related Posts