ଗୋଆରେ‘ଗୃହଲକ୍ଷ୍ମୀ ଯୋଜନା’ର ଶୁଭାରମ୍ଭ କଲା ‘ତୃଣମୂଳ କଂଗ୍ରେସ’, ମାସକୁ ମହିଳାଙ୍କୁ ଦବ ୫୦୦୦ ଟଙ୍କା

ଗୋଆ ଶାସନ ଭାର ନିଜ ହାତକୁ ନେବା ପାଇଁ ଯୋଜନା ଆରମ୍ଭ କରିଛି ‘ତୃଣମୂଳ କଂଗ୍ରେସ’ | ସେଠାକାର ମହିଳା ଭୋଟର ମାନଙ୍କ ଭୋଟ କୁ ନିଜ ହାତକୁ ଆଣିବା ପାଇଁ ‘ଗୃହଲକ୍ଷ୍ମୀ ଯୋଜନା’ର ଶୁଭାରମ୍ଭ କରିଛି | ଏହି ଯୋଜନାରେ ରାଜ୍ୟର ୩.୫ ଲକ୍ଷ ମହିଳାଙ୍କ ଜମାଖାତାକୁ ପ୍ରତି ମାସରେ ୫୦୦୦ ଟଙ୍କା ‘ଡାଇଟେକ୍ଟ୍‌ ଟ୍ରାନ୍‌ସ୍‌ଫର୍‌’ କରାଯିବ।

‘ତୃଣମୂଳ କଂଗ୍ରେସ’ ଘୋଷଣା କରିଛି, ଏହି ‘ଡାଇରେକ୍ଟ୍‌ ଟ୍ରାନ୍ସଫର୍‌’ ଯୋଜନାରେ ପ୍ରତି ପରିବାରର ମହିଳା ମାସକୁ ୫୦୦୦ ଟଙ୍କା ଲେଖାଏଁ କରି ବର୍ଷକୁ ୬୦,୦୦୦ ଟଙ୍କା ପାଇବେ। ଏହା ହେଉଛି ଗୋଆର ୩.୫ ଲକ୍ଷ ପରିବାରକୁ ପ୍ରତିଶ୍ରୁତି ଦିଆଯାଇଥିବା ସୁନିଶ୍ଚିତ ମାସିକ ଆୟ ସହଯୋଗ ଯୋଜନା | ଦଳ କହିବା ଅନୁସାରେ, ଏହି ଯୋଜନାରେ ସରକାର ପ୍ରାୟ ୧୫୦୦-୨୦୦୦ କୋଟି ବ୍ୟୟ କରିବେ ଯାହା କି, ରାଜ୍ୟ ବଜେଟ୍‌ର ୬% ରୁ ୮% ହୋଇପାରେ।

Related Posts