ବିଧାନସଭାର ଶୀତକାଳୀନ ଅଧିବେଶନ ଅଧାରୁ ବନ୍ଦକୁ ନେଇ ବିଜେପିର ବିରୋଧ, ପ୍ରତିବାଦରେ ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି

ବିରୋଧୀଙ୍କ ହୋ ହାଲ୍ଲା ପରେ ବିଧାନସଭାର ଶୀତକାଳୀନ ଅଧିବେଶନକୁ ଅଧାରୁ ବନ୍ଦ କରିବା ନେଇ ନିଷ୍ପତି ନେଇଥିଲେ ବାଚସ୍ପତି | ତେବେ ବାଚସ୍ପତିଙ୍କ ଏପରି ନିଷ୍ପତିକୁ ନେଇ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଛି ବିଜେପି। ୪ ଦଫା ଦାବି ନେଇ ବିଜେପି ବିଧାୟକ ଦଳ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୧୦ ଦିନ ଧରି ଗୃହ ଅସ୍ୱାଭାବକ ଭାବେ ଚାଲିବା ପରେ ହଠାତ୍ ଗୃହକୁ ବନ୍ଦ କରିବା ପ୍ରତିବାଦରେ ରାଜ୍ୟପାଳଙ୍କୁ ଫେରାଦ ହୋଇଛି ବିଜେପି |

ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ବିଷୟ ଓ ମୌଳିକ ଦାବିକୁ ବିଧାନସଭାରେ ଆଲୋଚନା କରିବାକୁ ବିରୋଧୀ ଦଳକୁ ସୁଯୋଗ ନ ଦେବା,ବାଚସ୍ପତି ଷୋଡ଼ଶ ବିଧାନସଭାର ସମସ୍ତ ଆଠଟି ଅଧିବେଶନକୁ ସ୍ଥିରୀକୃତ ଧାର୍ଯ୍ୟ ଦିବସ ପୂର୍ବରୁ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ଭାବରେ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବାକୁ ନେଇ ଅଭିଯୋଗ ପତ୍ର ଦେଇଛି ବିଜେପି। ସେହିପରି ୩ ବର୍ଷ ହେଲା ଗୃହ ଠିକରେ ଚାଲୁନାହିଁ।

Related Posts