ତିର୍ତ୍ତୋଲ, (ସତ୍ୟପାଠବ୍ୟୁରୋ) : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଚାନ୍ଦପୁର ଗାଁରେ ଅଘଟଣ ଘଟିଛି। ବାଣ ବିସ୍ପୋରଣରେ ବାପାଙ୍କ ମୃତ୍ୟୁ ହୋଇଥିବାବେଳେ ପୁଅ ସମେତ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ମନୋରଞ୍ଜନ ସ୍ୱାଇଁ । ଗୁରୁତର ଆହତଙ୍କ ମଧ୍ୟରେ ଅଛନ୍ତି ମୃତ ମନୋରଂଜନଙ୍କ ପୁଅ ସୌମ୍ୟ ସାହିଲ ସ୍ୱାଇଁ ଓ ତାଙ୍କ ଘରେ ଭଡା ରହୁଥିବା ଶିକ୍ଷକ ରାହୁଲରାଜ ମହନ୍ତ। ସୌମ୍ୟ ଓ ରାହୁଲରାଜଙ୍କ ସମେତ ୩ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଆଉ ୩ ଜଣ ଆହତଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ କେଉଁ ପରିସ୍ଥିତିରେ ବାଣ ବିସ୍ଫୋରଣ ହେଲା ସେନେଇ ପୋଲିସ ତଦନ୍ତ କରୁଛି। ଏମାନେ ବାଣ କିଣି ଆଣିଥିଲେ ନ ଘରେ ବାଣ ଭିଡ଼ୁଥିଲେ ସେନେଇ ତଦନ୍ତ ଆରମ୍ଭ ହୋଇଛି।
