ଚେକ୍ ବାଉନ୍ସ ମାମଲା: ରାଜପାଲଙ୍କୁ ଏସସିଙ୍କ ଚେତାବନୀ, ୫ କୋଟି ଦିଅ ନଚେତ୍ ଜେଲ୍ September 8, 2026 | 10:48 PMSatya Pathaଜାତୀୟଦେଶ ବିଦେଶବଡ ଖବରମୁଖ୍ୟ ଖବର ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ) : ଚେକ୍ ବାଉନ୍ସ ମାମଲାରେ ଛନ୍ଦି ହୋଇଥିବା ବଲିଉଡର ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ସର୍ତ୍ତମୂଳକ ଆଶ୍ୱସ୍ତି ମିଳିଛି । ବୁଧବାର ସୁଦ୍ଧା କୋର୍ଟଙ୍କ ରେଜିଷ୍ଟ୍ରିରେ ୫ କୋଟି ଟଙ୍କା ଜମା କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ରାଜପାଲ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ଅର୍ଥ ଜମା କରନ୍ତି, ତେବେ ତାଙ୍କୁ ଜେଲ ଯିବାକୁ ପଡ଼ିବ ନାହିଁ । ଏହି ମାମଲାଟି ୨୦୧୦ ମସିହାରୁ ଚାଲିଆସୁଛି । ଚଳଚ୍ଚିତ୍ର ପ୍ରଯୋଜକ ଓ ଫାଇନାନ୍ସର ‘ମୁରଲୀ ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍‘ ଠାରୁ ରାଜପାଲ ଯାଦବ ନିଜର ଚଳଚ୍ଚିତ୍ର ‘ଅଟା ପାଟା ଲାପାଟା’ ପାଇଁ ୫ କୋଟି ଟଙ୍କା ଋଣ ନେଇଥିଲେ। ଟଙ୍କା ଫେରସ୍ତରେ ବିଳମ୍ବ ହେବାରୁ ୨୦୧୩ରେ ଉଭୟ ପକ୍ଷଙ୍କ ମଧ୍ୟରେ ୧୦.୪୦ କୋଟି ଟଙ୍କାର ଏକ ଚୁକ୍ତିନାମା ହୋଇଥିଲା। ଏଥିପାଇଁ ଦିଆଯାଇଥିବା ଚେକ୍ ବାଉନ୍ସ ହେବା ପରେ ରାଜପାଲ, ତାଙ୍କ ପତ୍ନୀ ଏବଂ ତାଙ୍କ ପ୍ରଡକ୍ସନ କମ୍ପାନୀ ବିରୋଧରେ ଧାରା ୧୩୮ ଅଧୀନରେ ମାମଲା ରୁଜୁ ହୋଇଥିଲା । ୨୦୧୮ ମସିହାରେ ଟ୍ରାୟଲ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତିନି ମାସର ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଦିଲ୍ଲୀ ହାଇକୋର୍ଟ ମଧ୍ୟ ଗତ ଜୁଲାଇ ମାସରେ ଏହି ଦଣ୍ଡକୁ କାଏମ ରଖିଥିଲେ। ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ରାଜପାଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଜପାଲଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି ଯେ, ପୂର୍ବ ଚୁକ୍ତିନାମା ପରେ ପୁରୁଣା ମାମଲା ଜାରି ରହିବା ଉଚିତ ନୁହେଁ । ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ବିପକ୍ଷ ପକ୍ଷକୁ ନୋଟିସ୍ ଜାରି କରିଛନ୍ତି। ଯଦି ବୁଧବାର ସୁଦ୍ଧା ୫ କୋଟି ଟଙ୍କା ଜମା ହୁଏ, ତେବେ ତାଙ୍କୁ ବର୍ତ୍ତମାନ ଆତ୍ମସମର୍ପଣ କରିବାକୁ ପଡ଼ିବ ନାହିଁ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୫ ତାରିଖରେ ହେବ। ବର୍ତ୍ତମାନ ସୁଦ୍ଧା ସେ ପାଖାପାଖି ୨.୨୫ କୋଟି ଟଙ୍କା ଜମା କରିସାରିଛନ୍ତି ।
କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୨୧ ହଜାର ପର୍ଯ୍ୟନ୍ତ ଦରମା ପାଉଥିବା କର୍ମଚାରୀଙ୍କୁ ମିଳିବ ବାର୍ଷିକ ବୋନସ୍ September 8, 2026 | 10:39 PM