ଜାତିବାଦ ସମ୍ପର୍କରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ

କରୋନା ସଙ୍କଟ ମଧ୍ୟରେ ଏବେ ରାଜ୍ୟରେ ନିର୍ବାଚନୀ ଉସ୍ମତା ବଢୁଥିବା ବେଳେ, ପ୍ରଚାର ଓ ପ୍ରସାର ଜୋର ଧରିଛି | ୬ଟି ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ | ଏହାରି ମଧ୍ୟରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସବୁ ରାଜନୀତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି | କିଏ ନିଜ ଜାତି ନାଁରେ ଭୋଟ ମାଗୁଛି ତ ଆଉ କିଏ ଧର୍ମ ନାଁରେ ଭୋଟ ହାତେଇବାକୁ ଚେଷ୍ଟା କରୁଛି। ହେଲେ ଏସବୁ ଭିତରେ ଜାତିବାଦ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି ଉତ୍ତର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା।

ସେ ବ୍ରାହ୍ମଣ ଗୋଟିଏ ଜାତି ନୁହେଁ, ବରଂ ଜୀବନ ଧାରଣ କରିବାର ସବୁଠାରୁ ଭଲ ମାଧ୍ୟମ ବୋଲି କହିଛନ୍ତି। ଏଥିସହ ତାଙ୍କ ଦଳ ଅର୍ଥାତ ବିଜେପି କୌଣସି ବାଛବିଚାର ନ କରି ସମସ୍ତ ଜାତିର ଲୋକଙ୍କ ପାଇଁ କାମ କରେ ବୋଲି ସେ ନିଜର ନିର୍ବାଚନୀ ପ୍ରଚାର ବେଳେ କହିଛନ୍ତି।

ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗରର ଜେୱାର ଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଶ୍ରୀ ଶର୍ମା ଯୋଗ ଦେଇଥିଲେ। ଏହି ସମୟରେ ବିରୋଧୀ ଜାତିକୁ ନେଇ ରାଜନୀତି କରୁଥିବା ସେ ଅଭିଯୋଗ କରି ତୀବ୍ର ସମାଲୋଚନା କରିଥିଲେ। ଜେୱାରରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ଧୀରେନ୍ଦ୍ର ସିଂହଙ୍କ ପ୍ରଚାର କରିବାକୁ ଯାଇ ଶ୍ରୀ ଶର୍ମା ଜାତିବାଦର ଅର୍ଥ ବୁଝାଇଛନ୍ତି |

Related Posts