ମଦ ତିଆରି କରୁଥିଲେ ପୂର୍ବତନ ସରପଂଚ, ବାନ୍ଧିଲା ପୋଲିସ

ମଦ ତିଆରି କରୁଛନ୍ତି ପୂର୍ବତନ ସରପଞ୍ଚ | ଏନେଇ ପୋଲିସ ସରପଂଚଙ୍କ ସମତେ ୧୧ଜଣଙ୍କୁ ଗିରଫ କରିଛି । ବେଆଇନ୍‌ ମଦ ତିଆରି ବେଳେ ପୋଲିସ ତାଙ୍କୁ ଗିରଫ କରିଛି | ଝାରସୁଗୁଡ଼ା ବେଲପାହାଡ଼ ନିକଟସ୍ଥ ମୋହନପୁର ଗାଁରେ ଘଟିଛି ଏହି ଘଟଣା |

ଖବର ଅନୁଯାୟୀ, ବେଲପାହାଡ଼ ନିକଟସ୍ଥ ମୋହନପୁର ଗ୍ରାମରେ ବେଆଇନ ଦେଶୀ ମଦ ତିଆରି କରୁଥିବା ବେଳେ ପିପିଲିମାଲର ପୂର୍ବତନ ସରପଞ୍ଚ ମାଳତି ଦିଗିଙ୍କ ସମେତ ୧୧ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ। ଏହା ସହ ମଦ ତିଆରି ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ଏନେଇ ଅଧିକ ତଦନ୍ତ କରୁଛି ଅବକାରୀ ବିଭାଗ।

ତେବେ ଗିରଫ ହିଇଥିବା ମାଳତି ଦିଗି ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ପିପିଲିମାଲ ଗ୍ରାମପଞ୍ଚାୟତର ସରପଞ୍ଚ ଥିଲେ। ଜଣେ ଜନ ପ୍ରତିନିଧି ହୋଇ ମଧ୍ୟ ବେଆଇନ ମଦ ତିଆରି କରିବା ଘଟଣାକୁ ନେଇ ବୁଦ୍ଧିଜିବୀ ମାହୋଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି |

Related Posts