ଜାତୀୟ ସଙ୍ଗୀତ ଗାନ ବେଳେ ଚୁଇଙ୍ଗମ୍ ଚୋବାଇ ବିବାଦରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି

ପୁଣି ଥରେ ବିବାଦରେ ଛନ୍ଦି ହେଲେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲୀ । ଏଥର ପ୍ରତିପକ୍ଷ ଟିମ ଉଦ୍ଦେଶ୍ୟରେ କଡା ଟିପ୍ପଣୀ ପାଇଁ ନୁହେଁ କିମ୍ବା ଅଧିନାୟକତ୍ବ ବିବାଦ ପାଇଁ ନୁହେଁ, ବରଂ ଜାତୀୟ ସଙ୍ଗୀତ ଗାନ ବେଳେ ତାଙ୍କର ଆଚରଣ ଭାରତୀୟ ଫ୍ୟାନ୍ସଙ୍କୁ ବ୍ୟଥିତ କରିଛି । କେପ୍‌ ଟାଉନ୍‌ର ନ୍ୟୁଲାଣ୍ଡ୍‌ସରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରେ ଏହି ଘଟଣା ଘଟିଛି । ଜାତୀୟ ସଂଗୀତ ଗାନ ବେଳେ ଚୁଇଙ୍ଗମ୍ ଚୋବାଇ ବିବାଦକୁ ଆସିଛନ୍ତି ବିରାଟ ।

ପ୍ରତି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବା ପୂର୍ବରୁ ଜାତୀୟ ସଂଗୀତ ଗାନ କରାଯାଇଥାଏ । ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପୂର୍ବରୁ ମଧ୍ୟ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଏହି ସମୟରେ ଭାରତୀୟ ଦଳର ଖେଳାଳିମାନେ ସାବଧାନ ମୁଦ୍ରାରେ ଜାତୀୟ ସଂଗୀତ ଗାନ କରିଥିଲେ । ହେଲେ ବିରାଟ କୋହଲୀ ଚୁଇଙ୍ଗମ୍ ଚୋବାଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି |

ସମସ୍ତ ଭାରତୀୟ ସପୋର୍ଟ ଷ୍ଟାଫ୍‌ ମଧ୍ୟ ଅଂଶଗ୍ରହଣ କରିଥିଲେ । ତେବେ କୋହଲିଙ୍କ ଉପରେ କ୍ୟାମେରା ପଡିବାବେଳେ ସେ ପାଟିରେ କିଛି ଚୋବାଉଥିବା ଦେଖାଯାଇଥିଲା । ବିରାଟ ଜାତୀୟ ସଙ୍ଗୀନ ଗାନ ବେଳେ ସାବଧାନ ମୁଦ୍ରାରେ ରହିଥିଲେ ଓ ବୋଧହୁଏ ମନେମନେ ସଙ୍ଗୀନ ଗାନ କରୁଥିଲେ । ମାତ୍ର ଏହି ସମୟରେ ଚୁଇଙ୍ଗମ ଭଳି କିଛି ଜିନିଷ ତାଙ୍କର ପାଟିରେ ରହିଥିଲା ଓ ସେ ଏହାକୁ ଚୋବାଉଥିବା ଦେଖିବାକୁ ମିଳିଥିଲା । ଏହି ସମୟର ଭିଡିଓ ଭାଇରାଲ ହେବାପରେ କିଛି ଫ୍ୟାନ୍ସ ଏହାକୁ ନାପସନ୍ଦ କରିଛନ୍ତି । ଫଳରେ ପୁଣି ଏକ ନୂଆ ବିବାଦରେ ବିରାଟ ଛନ୍ଦିହେବାର ସମ୍ଭାବନା ରହିଛି ।

Related Posts