ଜାପାନର ଏକ କୋଠାରେ ଭୟାବହ ଅଗ୍ନିକାଣ୍ଡ, ୨୭ଜଣ ଜୀବନ୍ତ ଦଗ୍ଧ

ଜାପାନ ଓସାକାରେ ଏକ କୋଠାରେ ଅଗ୍ନିକାଣ୍ଡ | ଫଳରେ ଏହି ଦୁର୍ଘଟଣାରେ ୨୭ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ଅଗ୍ନିଶମ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ଓସାକା ସହରର ଅଗ୍ନିଶମ ବିଭାଗର ଅଧିକାରୀ ଆକିରା କିଶିମୋଟୋ କହିଛନ୍ତି, କିଟାସିଞ୍ଚିର ଏକ ସପିଂ ଏବଂ ମନୋରଞ୍ଜନ ଅଞ୍ଚଳରେ ଏକ ଆଠ ମହଲା କୋଠାର ଚତୁର୍ଥ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଥିଲା ।

ବର୍ତ୍ତମାନ ସୁଦ୍ଧା ୨୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୨୮ଜଣ ଆହତ ହୋଇଥିବା କିଶିମୋଟୋ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ୨୩ଜଣଙ୍କୁ ନିକଟସ୍ଥ ଡ଼ାକ୍ତରଖାନାକୁ ନିଆଯାଇଛି । ଏହି ବିଲଡ଼ିଂରେ ମେଡ଼ିସିନ କ୍ଲିନିକ୍, ଇଂରାଜୀ ସ୍କୁଲ ଏବଂ ଅନ୍ୟାନ୍ୟ ବ୍ୟବସାୟ ହେଉଥିବା ଜଣାପଡ଼ିଛି ।

ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପୋଲିସ ଏ ଘଟଣାର ତଦନ୍ତ କରୁଛି ।

Related Posts