ମିସ୍ ୱାର୍ଲ୍ଡ ୨୦୨୧ ଉପରେ କରୋନା ପ୍ରଭାବ: ୧୭ ପ୍ରତିଯୋଗୀ ସମେତ ମାନସା ବାରଣାସୀ ସଂକ୍ରମିତ

ସାରା ବିଶ୍ୱରେ କରୋନା ପୁଣି ଥରେ ନିଜ ପ୍ରକୋପ ଦେଖାଇବାରେ ଲାଗିଛି | ଏନେଇ ସଚେତନତା ସତ୍ୱେ ଅନେକ ଦେଶରେ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ କିଛି କିଛି ସ୍ଥାନରେ ଲକ୍‌ଡାଉନ୍‌ ହେବାରେ ଲାଗିଛି । ବର୍ତ୍ତମାନ ଏହାର ପ୍ରକୋପ ମିସ୍ ୱାର୍ଲ୍ଡ ୨୦୨୧ରେ ଉପରେ ମଧ୍ୟ ପଡିଛି ।

ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଅନେକ ପ୍ରତିଯୋଗୀ ଏବଂ କର୍ମଚାରୀମାନେ ମଧ୍ୟ ମହାମାରୀ କରୋନାରେ ସଂକ୍ରମଣ ହୋଇଚନ୍ତି । ଯାହା ଫଳରେ ଅଧାରୁ ଅଧିକ ଟେଷ୍ଟ କରିବାରେ ରିପୋର୍ଟ ପଜିଟିଭ୍ ଆସିଛି । ସେଥିମଧ୍ୟରୁ ବଡ କଥା ହେଲା ଭାରତର ମନସା ବାରାଣାସୀ ମଧ୍ୟ ସାମିଲ୍‌ ଅଛନ୍ତି। ଯାହା ପରେ ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

ମିସ୍ ୱାର୍ଲ୍ଡର ଗ୍ରାଣ୍ଡ୍ ଫାଇନାଲ୍ ଆଜି ପୁଏର୍ତୋ ରିକୋରେ ହେବାକୁ ଥିଲା । ଏନେଇ ଆୟୋଜକମାନେ ଏହା କହିଛନ୍ତି ଯେ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ଚିନ୍ତାଧାରାକୁ ଦୃଷ୍ଟିରେ ରଖି ଏହାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।

Related Posts