ଝିଅର ପ୍ରେମକୁ ମାଆର ବିରୋଧ କରି ଶିଳପୁଆ ମାଡରେ ଝିଅର ମୃତ୍ୟୁ, ପରେ ମା ର ଆତ୍ମହତ୍ୟା ଉଦ୍ୟମ

ସୁନ୍ଦରଗଡ ହେମଗିରି ଥାନା ଅନ୍ତର୍ଗତ କଲାମେଘା ଏନଟିପିସି ପୁନର୍ବାସ ଓ ଥଇଥାନ କଲୋନୀରେ ଅଭାବନୀୟ ଘଟଣା । ମାଆର ଶିଳପୁଆ ମାଡରେ ଝିଅର ମୃତ । ନାବାଳିକା ଝିଅକୁ ମାରିବା ପରେ ମାଆ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ହେମଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଖବର ଅନୁସାରେ, ନାବାଳିକା ଝିଅ ୩-୪ ଜଣ ପିଲାଙ୍କ ସହ କଥା ହେଉଥିଲା । ଯାହାକୁ ମାଆ ବିରୋଧ କରୁଥିଲେ । ଏହି ଘଟଣାକୁ ନେଇ ଅନେକ ସମୟରେ ମା-ଝିଅଙ୍କ ମଧ୍ୟରେ ଝଗଡା ହେଉଥିଲା । ଗତ ୧୭ ତାରିଖରେ ଝିଅ ମୋବାଇଲରେ କଥା ହେଉଥିବା ବେଳେ ମାଆ ବିରୋଧ କରିଥିଲେ ।

ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା, ଏଥିରେ ମାଆ ଉତ୍ୟକ୍ତ ହୋଇ ଶିଳପୁଆରେ ଝିଅ ମୁହଁକୁ ମାରିଥିଲେ । ଏଥିରେ ଝିିଅର ମୃତ୍ୟୁ ହୋଇଯିବା ପରେ ମୃତଦେହକୁ ଘରେ ପକାଇ ହେମଗିରି ଚାଲି ଯାଇଥିଲେ ମାଆ । ଗତକାଲି ପଡିଶା ମୃତ୍ୟୁ ଖବର ପୁଲିସକୁ ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚିବା ବେଳକୁ ମାଆ ସେଠାରେ ପହଂଚି ୟୁରିଆ ସାର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଝିଅକୁ ଶିଳପୁଆରେ ମାରିଥିବା କଥା ସେ ପୁଲିସ ପାଖରେ ସ୍ୱୀକାର କରିଛନ୍ତି । ପୂର୍ବରୁ ନାବାଳିକଙ୍କ ବାପାଙ୍କ ମୃତ୍ୟୁ ହୋଇ ସାରିଛି ।

Related Posts