ମିଳିତ ମଞ୍ଚ ଉପରେ ଥରୁରଙ୍କ ବଡ ବୟାନ; ଭିନ୍ନ ମତବାଦୀ ବି ଏକାଠି ହେବେ, ଲକ୍ଷ ବିଜେପିକୁ ପରାସ୍ତ କରିବା |

ସତ୍ୟପାଠ, ୧୯/୧୨: ବିଜେପି ଉପରେ କଂଗ୍ରେସ ର ବରିଷ୍ଠ ନେତା ଶଶି ଥରୁର ଗୁରୁତ୍ୱପୂର୍ଣ୍ଣ ବିବୃତି ଦେଇଛନ୍ତି। କଂଗ୍ରେସ ବିରୋଧରେ କହୁଥିବା ବିରୋଧୀ ଦଳମାନେ ମଧ୍ୟ ଏକାଠି ହେବେ କାରଣ ସମସ୍ତେ ଭାରତୀୟ ଜନତା ପାର୍ଟି (ବିଜେପି) କୁ ପରାସ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଶଶି ଥରୁର କହିଛନ୍ତି।

ଥରୁରଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ବିନା କଂଗ୍ରେସରେ ଏକ ମେଣ୍ଟ ଗଠନ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି।

ସ୍ୱାଧୀନ ମତ ବା ସ୍ୱର ଗୁଡ଼ିକୁ ଚାପି ଦିଆଯାଉଛି: ଥରୁର

ସୁଶାସନ ସପ୍ତାହ ପାଳନ କରିବାକୁ କେନ୍ଦ୍ରର ନିଷ୍ପତ୍ତି ନେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଥରୁର ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ସରକାରଙ୍କ ଖୁବ ପରିହାସ କରି କହିଛନ୍ତି ଯେ ଗତ ସାତ ବର୍ଷ ମଧ୍ୟରେ ଦେଶରୁ ସୁଶାସନ ଗାଏବ ହେଇଯାଇଛି। କେବଳ ସ୍ଲୋଗାନ ଏବଂ ପ୍ରତୀକ ରାଜନୀତି ଚାଲିଛି ଯାହାକି ଭଲ ଶାସନକୁ ବଦଳାଇ ଦେଇଥିବାରୁ “ଉତ୍ତମ ଶାସନର ଆଭିମୁଖ୍ୟ” ହଜିଯାଇଛି| ଥରୁର ତାଙ୍କ ପୁସ୍ତକ ‘ ପ୍ରାଇଡ୍, ପ୍ରେଜୁଡ଼ାଇଜ ଏବଂ ପଣ୍ଡିତ୍ରି’ ରିଲିଜ୍ ସମୟରେ କ୍ଷୋଭ ପ୍ରକାଶ କରିଛନ୍ତି ଯେ, ବର୍ତ୍ତମାନ ଦେଶରେ ସ୍ଵାଧୀନ ସ୍ୱର କୁ ଚାପି ଦିଆଯାଉଛି।

ବିଜେପିର ନୀତି ଏବଂ ରାଜନୀତିକୁ ମଧ୍ୟ ପରାସ୍ତ କରିବାକୁ ପଡିବ: ଥରୁର

ଥରୁର କହିଛନ୍ତି, ରାଜନୀତିରେ ଗୋଟିଏ ସପ୍ତାହ ମଧ୍ୟ ବହୁତ ସମୟ ଅଟେ। ଆଗାମୀ ଲୋକସଭା ନିର୍ବାଚନ ପାଇଁ ଅଢେଇ ବର୍ଷ ବାକି ଅଛି। ଆମେ ଆଶା କରୁଛୁ ଯେଉଁମାନେ ଭିନ୍ନ ସ୍ୱରରେ କହୁଛନ୍ତି ସେମାନେ ଏକାଠି ହୋଇ ବିଜେପିକୁ ପରାସ୍ତ କରିବେ। ଲକ୍ଷ୍ୟ ହେଉଛି କେବଳ ବିଜେପି ନୁହେଁ ଏହାର ନୀତି ଏବଂ ରାଜନୀତିକୁ ମଧ୍ୟ ପରାସ୍ତ କରିବା। ବିଗତ ଦିନରେ, ତୃଣମୂଳ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ବିଜେପି ବିରୋଧରେ ଲଢେଇ କରିବାରେ ବିଫଳ ହୋଇଥିବାରୁ କଂଗ୍ରେସ ଉପରେ ଦୋଷ ଲଦିଛନ୍ତି।

Related Posts