ଟୀକା ନେବା ପୂର୍ବରୁ କରିବାକୁ ପଡିବ ପଞ୍ଜିକରଣ, ୧ରୁ ଆରମ୍ଭ

ରାଜ୍ୟରେ ଆରମ୍ଭ ହୋଇଯାଇଛି 15 ରୁ 18 ବର୍ଷର ପିଲାଙ୍କୁ କୋରୋନା ଟିକାକରଣ ପକ୍ରୀୟା । ପ୍ରାୟ ୨୫ ଲକ୍ଷ ୫୩ ହଜାର ପିଲାଙ୍କୁ ଦିଆଯିବ କୋରୋନା ଟିକା(covid vaccine) । ଏଥିପାଇଁ ସେମାନଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପଣିଗ୍ରାହୀ କହିଛନ୍ତି।

କୋରୋନା ଟିକା ପାଇଁ 15 ରୁ 18 ବର୍ଷର ପିଲାଙ୍କୁ କରିବାକୁ ପଡ଼ିବ ପଞ୍ଜୀକରଣସେ ଆହୁରି ମଧ୍ୟ କହିଛନ୍ତି ଯେ, ୬୦ ବର୍ଷରୁ ଉର୍ଦ୍ଧ୍ବ ୫୨ ଲକ୍ଷ ୩୭ ହଜାର ଲୋକଙ୍କୁ ପ୍ରତିଷେଧକ ଟିକା ଦିଆଯିବ । ସେମାନଙ୍କ ମଧ୍ୟରୁ ଯେଉଁମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ଅଛନ୍ତି, ସେମାନଙ୍କୁ ମଧ୍ୟ ପ୍ରତିଷେଧକ ଡୋଜ ଦିଆଯିବ । ଏହାସହ ୭ ଲକ୍ଷ 5 ହଜାରରୁ ଉର୍ଦ୍ଧ୍ବ ସ୍ବାସ୍ଥ୍ୟ କର୍ମୀ ଓ ସମୁଖ ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ ଦିଆଯିବ । ତେବେ ଆବଶ୍ୟକ ପଡ଼ିଲେ ସ୍କୁଲ ଓ କଲେଜରେ ଟିକା ଦେବାକୁ ବ୍ୟବସ୍ଥା କରାଯିବ।

Related Posts