ଟ୍ରମ୍ପଙ୍କ ବଡ଼ ଷଡଯନ୍ତ୍ର ଉପରୁ ଉଠିଲା ପରଦା, ଦୁର୍ନୀତି ଆଡ଼କୁ ନେଇଯାଇଥିଲା ପଦର ମୋହ

ପଦ ଓ ପଦବୀର ମୋହ ମଣିଷ କୁ ଅନିତି ଆଡ଼କୁ ଥିଲି ଦିଏ । ଠିକ୍ ସେହିପରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଷଡ଼ଯନ୍ତ୍ର ଉପରୁ ପରଦା ଉଠିଛି । ତାଙ୍କ ବିରୋଧରେ ଏକ ବଡ ଖୁଲାସା ହୋଇଛି । ଆମେରିକାର ‘ନ୍ୟାସନାଲ ଆର୍କାଇଭ’ ପକ୍ଷରୁ ସାମନାକୁ ଆସିଛି ଟ୍ରମ୍ପଙ୍କର ଷଡଯନ୍ତ୍ର । କ୍ଷମତାର ମୋହ ଟ୍ରମ୍ପଙ୍କୁ କିପରି ବେଆଇନ କାମ କରିବାକୁ ପ୍ରେରିତ କରିଥିଲା ତାହା ଏହି ରିପୋର୍ଟରେ ଉଲ୍ଲେଖ ହୋଇଛି । ନିର୍ବାଚନ ହାରିଯିବା ପରେ ଟ୍ରମ୍ପ କିପରି ରାଗିଯାଇଥିଲେ ଏବଂ ସମସ୍ତ ଭୋଟିଙ୍ଗ ମେସିନ୍ ଗୁଡିକୁ ଅକ୍ତିଆର କରିନେବାକୁ ବରିଷ୍ଠ ସେନାଧିାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ତାହା ଏଥିରେ ସ୍ପଷ୍ଟ କରାଯାଇଛି ।

ସୂଚନା ମୁତାବକ, ୨୦୨୦ ରାଷ୍ଟ୍ରପତି ନିର୍ବାଚନ ବେଳକୁ ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ହ୍ୱାଇଟ ହାଉସ୍ ପକ୍ଷରୁ ‘ଡ୍ରାଫ୍ଟ ଏକଜିକ୍ୟୁଟିଭ ଅର୍ଡର’ ପ୍ରସ୍ତୁତ କରାଯାଇଥିଲା ।ଏହାର ଆଧାରରେ ‘ନ୍ୟାସନାଲ ଆର୍କାଇଭ’ ପକ୍ଷରୁ ଏହି ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ ପାଇଛି । ଏହାର ରିପୋର୍ଟ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ହାରିବା ପରେ ଭେଟିଂ ମେସିନ ଜବତ କରିବାକୁ ଆମେରିକାର ଜଣେ ଶୀର୍ଷ ସେନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଟ୍ରମ୍ପ । ହ୍ୱାଇଟ୍ ହାଉସ ପକ୍ଷରୁ ଏ ନେଇ ଲିଖିତ ଆଦେଶ ମଧ୍ୟ ଜାରି କରାଯାଇଥିଲା । ‘ନ୍ୟାସନାଲ ଆର୍କାଇଭ’ ବା ଜାତୀୟ ଅଭିଲେଖାଗାର ଦ୍ୱାରା ପ୍ରକାଶିତ ରିପୋର୍ଟ ମୁତାବକ, ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତି ଲୋକଙ୍କର ସମର୍ଥନ ନଥାଇ ବି ସେ କ୍ଷମତାରେ ରହିବାକୁ ଚାହୁଁଥିଲେ । କେବଳ ଏତିକି ନୁହେଁ ହ୍ୟାକ୍ କରାଯାଇଥିବା ଭୋଟିଂ ମେସିନ ବାବଦରେ ଏହି ରିପୋର୍ଟରେ ଆହୁରି ଅନେକ ତଥ୍ୟ ରହିଛି । କିପରି ଭୋଟ ସଂଖ୍ୟା ବଢାଇବାକୁ ଟ୍ରମ୍ପ ଷଡଯନ୍ତ୍ର କରିଥିଲେ ସେନେଇ ମଧ୍ୟ ଉଲ୍ଲେଖ ଅଛି ।

କେବଳ ଏତିକି ନୁହେଁ ଏହି ଷଡଯନ୍ତ୍ରକୁ ଲୁଚାଇବାକୁ ତଥା ଏହି ଘଟଣାକୁ ମୁକାବିଲା କରିବାକୁ ଟ୍ରମ୍ପ ଜଣେ ଦକ୍ଷ ଓକିଲଙ୍କୁ ନିଯୁକ୍ତ କରିଥିଲେ । ହେଲେ ଏନେଇ ଟ୍ରମ୍ପ କୌଣସି ପ୍ରମାଣ ରଖିନଥିଲେ ବୋଲି କୁହାଯାଉଛି ।

Related Posts