ଥାନାରେ ଲାଗିବ ପୋଲିସ ବାବୁଙ୍କ ରଙ୍ଗୀନ ଫଟୋ: ଭାଇରାଲ ହେଲା ଚିଠି

ଚର୍ଚ୍ଚାର ଉତ୍ତର ପ୍ରଦେଶରେ ଜଣେ ADG ପାହ୍ୟାର ବରିଷ୍ଠ ପୋଲିସ ଅଧିକାରୀ । ତାଙ୍କର ଅଜବ ଆଦେଶକୁ ନେଇ ଏବେ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ପଦୋନ୍ନତି ପରେ ତାଙ୍କ ନିୟନ୍ତ୍ରଣ କ୍ଷେତ୍ରରେ ଆସୁଥିବା ସମସ୍ତ ପୋଲିସ କାର୍ଯ୍ୟାଳୟରେ ତାଙ୍କର ଲାଗିଥିବା ପୂରୁଣା ଫଟୋକୁ ହଟାଇ ନୂଆ ତଥା ରଙ୍ଗୀନ ଫଟୋ ଲଗାଇବା ପାଇଁ ସେ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ଅଧିକାରୀ ଜଣଙ୍କ ହେଉଛନ୍ତି, ଏଡିଜି ବି.ଆର ମୀନା । ତେବେ ମୀନାଙ୍କ ଦ୍ବାରା ଜାରି ହୋଇଥିବା ଚିଠି ସୋସିଆଲ ମିଡିଆରୁ ମୁଖ୍ୟସ୍ରୋତ ମିଡିଆରେ ଭାଇରାଲ ହେବା ପରେ ଉତ୍ତର ପ୍ରଦେଶ ପୋଲିସକୁ ନେଇ ଚର୍ଚ୍ଚା ।

ଅଫିସରେ ନିଜର ରଙ୍ଗୀନ ଫୋଟ ଲଗାଇବା ପାଇଁ ପୋଲିସ ଅଧିକାରୀଙ୍କ ନିର୍ଦ୍ଦେଶ, ଭାଇରାଲ ହେଉଛି ଚିଠିଅଫିସରେ ନିଜର ରଙ୍ଗୀନ ଫୋଟ ଲଗାଇବା ପାଇଁ ପୋଲିସ ଅଧିକାରୀଙ୍କ ନିର୍ଦ୍ଦେଶ, ଭାଇରାଲ ହେଉଛି ଚିଠିPAC ପୂର୍ବ ଜୋନର ADG ବିଆର ମୀନା ତାଙ୍କ ଲିଖିତ ଆଦେଶରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କୁ ବର୍ତ୍ତମାନ ଅତିରିକ୍ତ ମହାନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି କରାଯାଇଛି । ତେଣୁ ତାଙ୍କ ଅଧୀନରେ ଥିବା ଯେକୌଣସି ପୋଲିସ କାର୍ଯ୍ୟାଳୟରେ ଯଦି ତାଙ୍କର ଫଟୋ ଲାଗିଥାଏ ତାହା ବଦଳାଯିବା ଉଚିତ । ତେଣୁ ପୂର୍ବରୁ ଲାଗିଥିବା ଫଟୋ ପରିବର୍ତ୍ତେ ନୂତନ ତଥା ରଙ୍ଗୀନ ଫଟୋ ଲଗାଇବା ପାଇଁ ସେ ନିର୍ଦ୍ଦେଶନାମା ଜାରି କରୁଛନ୍ତି ।ଅନ୍ୟ ଏକ ଆଶ୍ଚର୍ଯ୍ଯଚକିତ କରିବା ପରି କଥା ମଧ୍ୟ ଉକ୍ତ ଚିଠିରେ ସାମ୍ନାକୁ ଆସିଛି । ଚିଠିରେ ସ୍ଥାନୀୟ ଅଞ୍ଚଳର ଦୁଇଟି ଭିନ୍ନଭିନ୍ନ ଫଟୋ ଷ୍ଟୁଡିଓର ନାମ ଓ ଠିକଣା ମଧ୍ୟ ଉଲ୍ଲେଖ କରାଯାଇଛି । ସମ୍ପୃକ୍ତ ଥାନାଧିକାରୀମାନେ ସେଠାରୁ ଯାଇ ତାଙ୍କର ନୂତନ ରଙ୍ଗୀନ ଫଟୋ ପ୍ରସ୍ତୁତ କରି ଆଣିବାକୁ କୁହାଯାଇଛି । ଚିଠିରେ ଉଲ୍ଲେଖ ଥିବା ସମସ୍ତ ନିର୍ଦ୍ଦେଶ ଅଧନସ୍ଥ ପୋଲିସ ଅଧିକାରୀମାନେ ତୂରନ୍ତ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଚିଠିରେ ଉଲ୍ଲେଖ ରହିଛି ।

Related Posts