ଦେଶରେ କରୋନା ମୃତ୍ୟୁ ୫ ଲକ୍ଷ ଟପିଲା

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଦେଶରେ କରୋନା ମୃତ୍ୟୁ ୫ ଲକ୍ଷ ଟପିଲା । ଗତ ୨୪ ଘଣ୍ଟାରେ ୧,୦୭୨ ଜଣଙ୍କର କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୦୦,୦୫୫ ପହଞ୍ଚିଛି। ବିଶ୍ବରେ ତୃତୀୟ ରାଷ୍ଟ୍ର ଭାବେ ଆମେରିକା ଏବଂ ବ୍ରାଜିଲ୍ ପରେ ଭାରତରେ କରୋନା ମୃତ୍ୟୁସଂଖ୍ୟା ୫ ଲକ୍ଷ ଟପିଯାଇଛି। ଆମେରିକାରେ କରୋନା ମୃତ୍ୟୁସଂଖ୍ୟା ୮୯୬,୫୫୭ ଥିବାବେଳେ ବ୍ରାଜିଲ୍ରେ ୬,୩୦, ୩୦୧ ରହିଛି। ଦେଶରେ ଆଜି ୧,୪୯,୩୯୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି।

ଜାନୁଆରି ୮ ପରେ ଦେଶରେ ସଂକ୍ରମଣ ମାମଲା ଦେଢ଼ ଲକ୍ଷ ତଳେ ରହିଛି। ଏଥିସହ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪,୧୯,୫୨,୭୧୨ ପହଞ୍ଚିଛି। ଅନ୍ୟପକ୍ଷେ ସକ୍ରିୟ ମାମଲା ୧୪,୩୫,୬୫୯ ରହିଛି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୩.୪୨ ପ୍ରତିଶତ। ରୋଗ୍ୟ ହାର ୯୫.୩୯ ପ୍ରତିଶତ ରହିଥିବା ବେଳେ ୨୪ ଘଣ୍ଟାରେ ସକ୍ରିୟ ମାମଲାରେ ୯୮,୩୫୨ ହ୍ରାସ ହୋଇଛି। ଦେଶରେ ଦୈନିକ ପଜିଟିଭ୍ ହାର ୯.୨୭ ଏବଂ ସାପ୍ତାହିକ ପଜିଟିଭ୍ ହାର ୧୨.୦୩ ପ୍ରତିଶତ। ଦେଶରେ ସକ୍ରିୟ ମାମଲା ୧୪,୩୫,୫୬୯।

Related Posts