ଦକ୍ଷିଣ କାଶ୍ମୀର ପୁଲୱାମା ରଜପୋରାର ଉଜରାମ ଅଞ୍ଚଳରେ ଏନକାଉଣ୍ଟର, ଜଣେ ଆତଙ୍କୀ ନିପାତ

ମଙ୍ଗଳବାର ମଧ୍ୟରାତ୍ରୀରୁ ଦକ୍ଷିଣ କାଶ୍ମୀର ପୁଲୱାମା ରଜପୋରାର ଉଜରାମ ଅଞ୍ଚଳରେ ଏନକାଉଣ୍ଟର | ଏହି ଏନକାଉଣ୍ଟରରେ ସୁରକ୍ଷାବାହିନୀକୁ ସଫଳତା ମିଳିଛି | ଜଣେ ଆତଙ୍କୀ ନିପାତ ହୋଇଛି |

ସେହି ଅଞ୍ଚଳରେ ଜାରି ଥିବା ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବାବେଳେ ଜଣେ ଆତଙ୍କୀଙ୍କୁ ନିପାତ କରିଛି ସୁରକ୍ଷାବାହିନୀ । ନିହତ ଆତଙ୍କୀ ଜଣକ ହେଲା ଫିରୋଜ ଅହମଦ । ୨୦୧୭ରୁ ସେ ସକ୍ରିୟ ଥିବା ଜଣାପଡିଛି ।ଏନକାଉଣ୍ଟର ନେଇ ସେନା ଅଧିକାରୀ ସୂଚନା ଦେଇ ଅଧିକାରୀ କହିଛନ୍ତି ଆତଙ୍କବାଦୀ ଲୁଚିଥିବା ନେଇ ଆମେ ଖବର ପାଇଥଲୁ । ଏହାପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ପୋଲିସ, ୪୪ ଆରଆର, ସିଆରପିଏଇଙ୍କ ମିଳିତରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଘଟଣାସ୍ଥଳରୁ ଅନେକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

Related Posts