ଓଡିଶା ଗସ୍ତରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର

ଓଡ଼ିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ଆଜି(ବୁଧବାର)ଠୁ ୩ ଦିନିଆ ସେ ଓଡିଶା ଗସ୍ତରେ ଆସୁଛନ୍ତି | ତେବେ ରାଜୀବ କୁମାରଙ୍କ ନିକଟରେ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ଦାବି ଉଠାଇବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସଙ୍କେତ ମିଳିଛି । କେନ୍ଦ୍ର ସରକାର ଓଡ଼ିଶାଠାରୁ ବିଭିନ୍ନ କ୍ଷେତ୍ରରେ ଭଲ ରାଜସ୍ୱ ଆଦାୟ କରୁଛନ୍ତି । ପୂର୍ବୋଦୟରୁ ହେବ ନୂଆ ଭାରତର ଉଦୟ ନାରା ଦେଉଛନ୍ତି କେନ୍ଦ୍ର ସରକାର । ଏହି ଆଧାରରେ ଓଡ଼ିଶା ନିଶ୍ଚିତ ଭାବେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଦାବି ବିଭିନ୍ନ ଦାବି ଉଠାଇବା ନେଇ ଆଲୋଚନା ହେଉଛି ।

ସେପଟେ କଂଗ୍ରେସ ପକ୍ଷରୁ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ଷ୍ଟେଟସ ମାନ୍ୟତା ଦେବାକୁ ସୁର ରାଉତରାୟ ଦାବି କରିଛନ୍ତି । ବିଭିନ୍ନ ସମୟରେ ନୀତି ଆୟୋଗର ରିପୋର୍ଟରେ ତାଳମେଳ ରହୁନଥିବା ବରିଷ୍ଠ କଂଗ୍ରେସ ବିଧାୟକ ଅଭିଯୋଗ କରିଛନ୍ତି । ଏକଦା ଓଡ଼ିଶା ଅନ୍ୟ ରାଜ୍ୟ ଅପେକ୍ଷା ଭଲ ସ୍ଥିତିରେ ଥିଲା ହେଲେ ଏବେ ତଳକୁ ତଳ ଯାଉଥିବା ସୁର କହିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟରେ ଓଡ଼ିଶା ସବୁବର୍ଷ ସମସ୍ୟାର ସମ୍ମୁଖୀନ ହେଉଛି । ଏନେଇ ନୀତି ଆୟୋଗ ସ୍ଥାୟୀ ସମାଧାନ ପାଇଁ ଅର୍ଥ ମଞ୍ଜୁର କଲେ ଭଲ ହୁଅନ୍ତା ବୋଲି କହିଛନ୍ତି ସୁର ରାଉତରାୟ ।

Related Posts