ଦନ୍ତା ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ଟାଙ୍ଗି ମଙ୍ଗଳାଯୋଡ଼ି ଗାଁରେ ଅଘଟଣ | ଦଳିଦେଲା ଦନ୍ତା, ଚାଲିଗଲା ଜଣେ ମହିଳାଙ୍କ ଜୀବନ | ମୃତକ ଅନୁ ପ୍ରଧାନ | ମହିଳା ଜଣଙ୍କ ଘର ନିକଟରେ ଛିଡ଼ା ହୋଇଥିବା ବେଳେ ହାତୀଟି ତାଙ୍କୁ ଆକ୍ରମଣ କରିଥିଲା ଏଥିରେ ମହିଳାଙ୍କର ମୃତ୍ୟୁ ହୋଇଛି । ମଙ୍ଗଳାଯୋଡ଼ି ଅଂଚଳରେ ଗତ କିଛି ଦିନ ହେଲା ହାତୀ ଆତଙ୍କରାଜ ଚଳାଇଛନ୍ତି ।

ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ବନ ବିଭାଗର ପାଟ୍ରୋଲିଂ ସତ୍ୱେ ଗାଁ ମୁହାଁ ହେଉଛନ୍ତି ଦନ୍ତା ହାତୀ । ନିକଟରେ ଜଙ୍ଗଲ ଥିବା ଯୋଗୁଁ ହାତୀ ପଲ ଗାଁ ମୁହାଁ ହେଉଛନ୍ତି । ତେଣୁ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି । ସେପଟେ ମହିଳାଙ୍କ ମୃତ୍ୟୁ କୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛି |

Related Posts