ଦଶମ ଓ ଦ୍ବାଦଶ ପରୀକ୍ଷା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସୂଚନା: ପ୍ରସ୍ତୁତ ରୁହ

ରାଜ୍ୟରେ ଧୀରେ ଧୀରେ ତଳମୁହାଁ ହେଉଛି କରୋନା ସଂକ୍ରମଣ | ଫଳରେ ପୁଣି ଥରେ ସ୍ୱାଭାବିକ ଭାବେ ଚାଲିବ ଶିକ୍ଷାନୁଷ୍ଠାନ | ଏବେ ସଂକ୍ରମିତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ପ୍ରାୟ ୨୦ ପ୍ରତିଶତ ଅଧିକ ରହୁଛି। ତେବେ ଏହି ଧାରା କେତେ ଦିନ ଜାରି ରହିବ ସେ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ଆକଳନ କରନଥିବା ବେଳେ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ସଂକ୍ରମଣ ଏବେ ହ୍ରାସ ପାଇବ।

ଆସନ୍ତା ଦୁଇ ତିନି ଦିନର ସଂକ୍ରମଣ ସ୍ଥିତି ଉପରେ ନଜର ରଖାଯାଇଛି ଯାହା ଦ୍ବାରା ସଂକ୍ରମଣକୁ ନେଇ ସ୍ପଷ୍ଟ ଚିତ୍ର ମିଳିବ ବୋଲି କୁହାଯାଉଛି। ରାଜ୍ୟରେ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ସ୍କୁଲ କଲେଜ ଗୁଡିକୁ ବନ୍ଦ କରିଦିଆଇଛି। ଏବେ ପିଲାମାନେ ଅନ୍‌ଲାଇନ ମାଧ୍ୟମରେ କ୍ଲାସ କରୁଛନ୍ତି।

ତେବେ କରୋନା ମହାମାରୀ ମଧ୍ୟରେ ଗତବର୍ଷ ଭଳି ଏଥର ମଧ୍ୟ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମନରେ ଦ୍ବନ୍ଦ ରହିଛି। ପରୀକ୍ଷା ହେବ କି ନାହିଁ ତାହାକୁ ନେଇ ରହିଥିବା ଦ୍ବନ୍ଦ ମଧ୍ୟରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଦଶମ ଓ ଦ୍ବାଦଶ ପିଲାମାନଙ୍କୁ ପରୀକ୍ଷା ପାଇଁ ପସ୍ତୁତ ରହିବା ପାଇଁ କହିଛନ୍ତି।ପିଲାମାନେ ପାଠ ପଢନ୍ତୁ ଏବଂ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏପରି ସୂଚନା ଦେଇଛନ୍ତି । ଦଶମ ଓ ଦ୍ବାଦଶ ପରୀକ୍ଷା ପରୀକ୍ଷା କିଭଳି ସଠିକ୍ ଭାବେ ହେବ ସେନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି |

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ହୁଅନ୍ତୁ ।

କରୋନା ଗ୍ରାଫ୍ ତଳମୁହାଁ ହେଉଛି, ସ୍ଥିତିରେ ସୁଧାର ଆସୁଛି । ପରୀକ୍ଷା କିଭଳି ସଠିକ୍ ଭାବେ ହେବ ସେନେଇ ପ୍ରସ୍ତୁତି ଚାଲିଛି । ଖାସ କରି ପିଲାମାନେ ପାଠ ପଢନ୍ତୁ ଏବଂ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ । ମାଟ୍ରିକ ଫାଷ୍ଟ ସମେଟିଭ୍ ପରୀକ୍ଷା ସରିଛି । ଫଳାଫଳ ଠିକ୍ ସମୟରେ ବାହାରିବ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଯାହାକୁ ନେଇ ଆଗାମୀ ଦିନରେ ହେବାକୁ ଥିବା ଦଶମ ଓ ଦ୍ୱାଦଶ ପରୀକ୍ଷା ହେବା ନେଇ ଦ୍ୱନ୍ଦ ଲାଗିରହିଥିଲା । କିନ୍ତୁ ଏସବୁ ଦ୍ୱନ୍ଦକୁ ଦୁର କରିଛନ୍ତି ମନ୍ତ୍ରୀ । ଆମେ ଆଶା ରଖିଛୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସଂକ୍ରମଣ କମିବ ଏବଂ ଆମେ ପରୀକ୍ଷା କରି ଠିକ ସମୟରେ ଫଳ ବାହାରକରିବୁ। ଏଣୁ ପିଲାମାନେ ସମୟ ନଷ୍ଟ ନକରି ପରୀକ୍ଷା ପାଇଁ ପ୍ରସ୍ତୁତ ରୁହନ୍ତୁ।

Related Posts