ଦିବ୍ୟ ଶଙ୍କରଙ୍କ ଇସ୍ତଫା ଦାବିରେ ସରକାରଙ୍କ ଉପରେ ବର୍ଷିଲେ ଅପରାଜିତା

ସତ୍ୟପାଠ ବ୍ୟୁରୋ : ମହାଲିଙ୍ଗ ସନ୍ ସାଇନ୍ ହାଇସ୍କୁଲ ପ୍ରିନ୍ସିପାଲ ହତ୍ୟା ମାମଲାରେ ସରକାରଙ୍କ ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।ବିବାଦୀୟ ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କୁ ମୂଖ୍ୟମନ୍ତ୍ରୀ ସୁରକ୍ଷା ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅପରାଜିତା। ସେପଟେ ସମୟ ଯେତିକି ଗଡୁଛି ମନ୍ତ୍ରୀଙ୍କ ବହିସ୍କାର ଦାବି ସେତିକି ଜୋର ଧରୁଛି । ପ୍ରଥମେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି କଂଗ୍ରେସ ଅଣ୍ଡା ମାଡ କରିଥିବା ବେଳେ ଏବେ ଏହି ଘଟଣାକୁ ନେଇ ସାମ୍ନାକୁ ଆସିଛି ବିଜେପି । ସେପଟେ ସିଧା ସଳଖ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ସାଙ୍ଗକୁ ପୂରା ଘଟଣାର ତଦନ୍ତ ସିବିଆଇ କରୁ ବୋଲି କହିଛନ୍ତି ଅପରାଜିତା ସଡଙ୍ଗୀ । ଏନେଇ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମଳନୀ କରିବା ସହ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି ସାଂସଦ ଅପରାଜିତା । ସେ କହିଛନ୍ତି ପୂରା ହତ୍ୟାକାଣ୍ଡ ରଜେନୈତିକ ପ୍ରୋତ୍ସାହନରେ ହୋଇଛି । କେବଳ ଏତିକି ନୁହେଁ ଘଟଣାରେ ମନ୍ତ୍ରୀଙ୍କ ସିଧାସଳଖ ଲିଙ୍କ୍ ରହିଥିବା ଅଭିଯୋଗ ଉଠୁଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତ କରାଗଲେ ନ୍ୟାୟ ମିଳିବ ନାହିଁ ବୋଲି କହିଛନ୍ତି ଅପରାଜିତା ସଡଙ୍ଗୀ ।

ଏହାସହ ସେ କହିଛନ୍ତି ଯେ, ମନ୍ତ୍ରୀ ବାରମ୍ବାର ସେ ସ୍କୁଲକୁ ଯାଉଥିବା ଅଭିଯୋଗ ଉଠୁଛି । ତେବେ ମୁଖ୍ୟମନ୍ତ୍ରୀ ଦୀର୍ଘ ୨୦ବର୍ଷ ହେଲା ଯେଉଁ ଆଇନ୍ ତା’ ବାଟରେ ଯାଉଛି ବୋଲି କହୁଛନ୍ତି ସେହି ଆଇନ୍ ଏବେ ତା’ ବାଟରେ ଯିବତ ବୋଲି ପ୍ରଶ୍ନ ଉଠାଇଛନ୍ତି ଅପରାଜିତା । ତେଣୁ ପୂରା ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେବା ଆବଶ୍ୟକ ବୋଲି ଅପରାଜିତା କହିଛନ୍ତି ।

ସବୁଠୁ ବଡ଼ କଥା ହେଉଛି ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ବଢ଼ି ଚାଲୁଛି । ମହିଳା ବିରୋଧୀ ହିଂସା ଓ ଅପରାଧ ରେ ଓଡିଶ ଦେଶରେ ଏକ ନମ୍ବର। ଏହା ରାଜ୍ୟ ସରକାରଙ୍କ ବିଫଳତା ବୋଲି ତେରଛା ବାଣ ମାରିଛନ୍ତିି ଅପରାଜିତା । ସେହିପରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି । ଡବ୍ଲ୍ୟୁଓଡିସିରୁ ଯେଉଁ ୩୨ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି ତାହାର ଠିକ୍ ଯାଂଚ ହେଉ ବୋଲି ଦାବି କରିଛନ୍ତି ସମୀର ମହାନ୍ତି । ସେପଟେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭବାନୀପାଟଣା ଘରକୁ ବିଜେପି ମହିଳା ମୋର୍ଚ୍ଚା ବକ୍ଷରୁ ଅଣ୍ଡାମାଡ କରାଯାଇଛି । ତୁରନ୍ତ ବହିସ୍କାର କରାନଗଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି।

Related Posts