ଦୁର୍ବଳ ହେଉଛି କରୋନା: ୧୪ରୁ ସୁପ୍ରିମକୋର୍ଟରେ ଅଫଲାଇନ ଶୁଣାଣି

ଦେଶରେ କମୁଛି କରୋନା ସଂକ୍ରାମିତଙ୍କ ସଂଖ୍ୟା | କ୍ରମଶଃ ଦୁର୍ବଳ ହେବାରେ ଲାଗିଛି କରୋନାର ତୃତୀୟ ଲହର । ଦୈନିକ ସଂକ୍ରମଣ ଲକ୍ଷେ ତଳେ ରହୁଛି । ତୃତୀୟ ଲହର କାରଣରୁ ସୁପ୍ରିମକୋର୍ଟରେ ଅନଲାଇନ ଶୁଣାଣି ଜାରି ରହିଥିଲା ମାତ୍ର ଏଥିରେ ପରିବର୍ତ୍ତନ ହୋଇଛି । ଆସନ୍ତା ଫେବୃଆରୀ ୧୪ରୁ ପୁଣି ଥରେ ପୂର୍ବଭଳି ସ୍ବାଭାବିକ ଶୁଣାଣି ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି ।

ଜାରି ହୋଇଥିବା SOP ଅନୁସାରେ ସପ୍ତାହକୁ ଦୁଇ ଦିନ ଅଫଲାଇନ ଶୁଣାଣି ହେବ । ବୁଧବାର ଓ ଗୁରୁବାର ସ୍ବାଭାବିକ ଶୁଣାଣି ହେବ । ମଙ୍ଗଳବାର ଉଭୟ ସ୍ବାଭାବିକ ଓ ଅଫଲାଇନ ଶୁଣାଣି ହେବ । ସୋମବାର ଓ ଶୁକ୍ରବାର କେବଳ ଭିଡିଓ କନଫରେନ୍ସିଂ ଯୋଗେ ଅନଲାଇନ ଶୁଣାଣି କରାଯିବ ।

କରୋନା ଦ୍ବିତୀୟ ଲହର ପରେ ଅଫଲାଇନ ଶୁଣାଣି ଆରମ୍ଭ ହେବା ବେଳେ ମଧ୍ୟ ସମାନ ମାର୍ଗଦର୍ଶିକା ଜାରି କରାଯାଇଥିଲା । ପ୍ରକାଶ ଥାଉ କି, ଜାନୁଆରୀରୁ ସଂକ୍ରମଣ ହୁ ହୁ ବଢିବାରେ ଲାଗିଥିଲା । ଏ ନେଇ ଜାନୁଆରୀ ୩ରୁ ସମସ୍ତ ମାମଲାର ଶୁଣାଣି ଭର୍ଚୁଆଲ ମୋଡରେ କରାଯିବାକୁ ନିଷ୍ପତ୍ତି ହୋଇଥିଲା ।

Related Posts