ମଣିପୁର ବିଧାନସଭା ନିର୍ବାଚନ: ବରିଷ୍ଠ ନାଗରିକ ଓ କରୋନା ସଂକ୍ରମିତ ଘରେ ରହି ଦେବେ ଭୋଟ

ଘରେ ରହି ଭୋଟ ଦେବେ ବରିଷ୍ଠ ନାଗରିକ ଓ କରୋନା ସଂକ୍ରମିତ | ମଣିପୁର ବିଧାନସଭା ନିର୍ବାଚନରେ ବରିଷ୍ଠ ନାଗରିକ, କୋଭିଡ ସଂକ୍ରମିତ ଓ ଦିବ୍ୟାଙ୍ଗ ପୋଷ୍ଟାଲ ବାଲାଟ ମାଧ୍ୟମରେ ଘରୁ ଭୋଟ ଦେବେ | ଏନେଇ ଗତ ମଙ୍ଗଳବାର ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ସୂଚନା ଦେଇଛନ୍ତି ।
ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ, ନିର୍ବାଚନ ଦିନ ବୁଥକୁ ଆସିବାକୁ ଅକ୍ଷମ ଥିବା ବ୍ୟକ୍ତି ନିଜ ଘରେ ନିର୍ବାଚନ ଅଧିକାରୀ, ମାଇକ୍ରୋ ପର୍ଯ୍ୟବେକ୍ଷକ ନିର୍ବାଚନ ବୁଥ ଅଧିକାରୀଙ୍କ ଉପସ୍ଥିତିରେ ଭୋଟ ଦେଇପାରିବେ । ଏହାଦ୍ବାରା ଭୋଟ ଗୋପନୀୟତାକୁ ମଧ୍ୟ ସଠିକ ଭାବେ ପାଳନ କରାଯିବ ।

ସୂଚନା ଅନୁସାରେ ମଣିପୁରରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଫେବୃଆରୀ 27 ଓ ମାର୍ଚ୍ଚ 3ରେ ମତଦାନ ହେବାକୁ ଥିବାବେଳେ ନିର୍ବାଚନ କମିଶନର ସମୀକ୍ଷା କରିଛନ୍ତି । ଚଳିତ ନିର୍ବାଚନରେ କୌଣସି ପ୍ରକାର ପକ୍ଷପାତିତା ଦେଖା ଗଲେ ମତଦାନ ଅଧିକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁଶୀଲ ଚନ୍ଦ୍ରା ସୂଚନା ଦେଇଛନ୍ତି |

Related Posts