ସମ୍ବଲପୁର(ସତ୍ୟପାଠବ୍ୟୁରୋ): ସମ୍ବଲପୁରର ବୁର୍ଲାରେ ଗୁଳିମାଡ଼। ଦୁର୍ବୃତ୍ତଙ୍କ ଗୁଳିରେ ମାଂସ ଦୋକାନୀ ମହମ୍ମଦ୍ ଅନିଶ(୩୬)ଙ୍କର ମୃତ୍ୟୁ ହୋଇଛି। ଦୁର୍ବୃତ୍ତମାନେ ତାଙ୍କୁ ତିନିଟି ଗୁଳି ମାରିଛନ୍ତି। କିର୍ବା ଛକରେ ତାଙ୍କୁ ଗୁଳି ମରା ଯାଇଛି। ସେ ପୂର୍ବରୁ ପିସି ବ୍ରିଜରେ ମାଂସ ଦୋକାନ କରିଥିଲେ। ସମ୍ବଲପୁର ମହାନଗର ନିଗମ ଅନିଶ କୁରେସୀଙ୍କର ମାଂସ ଦୋକାନ ଭାଙ୍ଗି ଦେଇଥିଲା। ମାଂସ ଦୋକାନ କର୍ମଚାରୀ ଗୁଳିମାନ କରିଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତକୁ ପୁଲିସ ଅଟକ ରଖିଛି। ତାଙ୍କର ନାମ ରାଜା ସ୍ବାମୀ ଓ ତାଙ୍କ ଘର ଝାରସୁଗୁଡ଼ାର ମଙ୍ଗଳବଜାର ଅଞ୍ଚଳରେ ବୋଲି ପୁଲିସ୍ ସୂଚନା ଦେଇଛି। ବ୍ୟକ୍ତିଗତ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି। କିଛି ଦିନ ପୂର୍ବରୁ ସମ୍ବଲପୁର ମହାନଗର ନିଗମ ଅନିଶଙ୍କର ମାଂସ ଦୋକାନ ଭାଙ୍ଗି ଦେଇଥିଲା।