ଦେଶରେ ଥିବା ଚୀନା ମୋବାଇଲ୍‌ କମ୍ପାନି ବିରୋଧରେ ନୀତିନିୟମ ଉଲଂଘନ ଅଭିଯୋଗ: ଆୟକର ବିଭାଗର ଚଢ଼ାଉ

ଚୀନା ମୋବାଇଲ୍‌ କମ୍ପାନିଗୁଡ଼ିକ ବିରୋଧରେ ଆସିଛି ନୀତିନିୟମ ଉଲଂଘନ ଅଭିଯୋଗ । ଏନେଇ ଆୟକର ବିଭାଗ ଚଢ଼ାଉ କରି ଖାନତଲାସ ଚଳାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। କେତେକ ଚୀନା ମୋବାଇଲ୍‌ କମ୍ପାନି ନୀତିନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ପାଇବା ପରେ ଆୟକର ଅଧିକାରୀମାନେ ତଲାସ ଆରମ୍ଭ କରିଥିବା କୁହାଯାଉଛି।

ଚୀନା ମୋବାଇଲ୍‌ ଫୋନ୍‌ କମ୍ପାନିର କେତେକ ଉତ୍ପାଦନ କାରଖାନା, କର୍ପୋରେଟ୍‌ ଅଫିସ୍‌ ଏବଂ ଗୋଦାମରେ ତଲାସ ଚାଲିଥିବା କଥା ଉପରୋକ୍ତ ସୂତ୍ର ସୂଚନା ଦେଇଛି।

Related Posts