ଜି- ସୋନି ମିଶ୍ରଣ ନେଇ ଚୁକ୍ତି ଶେଷ

ସତ୍ୟପାଠ 22/12 ନୂଆଦିଲ୍ଲୀ: ସୋନି ପିକ୍ଚର୍ସ ନେଟୱାର୍କ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ମିଶ୍ରଣ ନେଇ ଚୁକ୍ତି ସରିଛି । ଏହା ଅନୁଯାୟୀ, ଜି ଏଣ୍ଟରଟେନମେଣ୍ଟ ସହ ସୋନି ପିକ୍ଚର୍ସର ମିଶ୍ରଣ ହେବ । ଏହି ଦୁଇ କମ୍ପାନୀ ବୁଧବାର ଦିନ କହିଛନ୍ତି ଯେ, ଏହି ଚୁକ୍ତି ଅନୁଯାୟୀ ଦୁଇ କମ୍ପାନୀ ସେମାନଙ୍କର ନେଟୱାର୍କ ସହିତ ଡିଜିଟାଲ୍ ଆସେଟ୍, ପ୍ରଡକ୍ସନ ପରିଚାଳନା ଏବଂ ପ୍ରୋଗ୍ରାମ ଲାଇବ୍ରେରୀର ମିଶ୍ରଣ କରିବେ ଏହି ମିଶ୍ରଣ ପରେ ଯେଉଁ କମ୍ପାନୀ ହେବ ତାହା ଭାରତରେ ତାଲିକାଭୁକ୍ତ ହେବ ବୋଲି କୁହାଯାଇଛି।

ଏହା ଫଳରେ ସୋନି ପିକ୍ଚର୍ସ ନେଟୱାର୍କ ନିକଟରେ ୧.୫ ଅରବ ଡଲାରର ନଗଦ ରହିବ ଯେଉଁଥିରେ ସୋନି ପିକ୍ଚର୍ସର ବର୍ତ୍ତମାନର ପ୍ରମୋଟର ଏବଂ ଜି ର ପ୍ରତିଷ୍ଠାତା ପ୍ରମୋଟରଙ୍କ ବିନିଯୋଗ ମଧ୍ୟ ସାମିଲ ରହିଛି। ମିଶ୍ରଣ ପରେ ହୋଇଥିବା କମ୍ପାନୀରେ ନିୟନ୍ତ୍ରକ ଅଂଶଧନ ସୋନି ପିକ୍ଚର୍ସର ମୂଳ କମ୍ପାନୀ ସୋନି ପିକ୍ଚର୍ସ ଏଣ୍ଟରଟେନମେଣ୍ଟ ଇଙ୍କର ହେବ । ଏହି କମ୍ପାନୀର ଅଂଶଧନ ୫୦.୮୬ ପ୍ରତିଶତ ହେବ, ଯେଉଁଠି ଜି’ର ପ୍ରମୋଟରଙ୍କ ଅଂଶଧନ ୩.୯୯ ପ୍ରତିଶତ ରହିବ । ଅବଶିଷ୍ଟ ୪୫.୧୫ ପ୍ରତିଶତ ଅଂଶଧନ ଜି’ର ସେୟାରଧାରକ ମାନଙ୍କର ହେବ । ପୁନିତ ଗୋଏଙ୍କା ମିଶ୍ରଣ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରହିବେ । ଯେଉଁଠି କମ୍ପାନୀ ନିର୍ଦ୍ଦେଶକ ମଣ୍ଡଳୀର ଅଧିକାଂଶ ନିର୍ଦ୍ଦେଶକ ସୋନି ଗ୍ରୁପ୍ ଦ୍ବାରା ମନୋନୀତ ହେବେ । ଯେଉଁଥିରେ ସୋନି ପିକ୍ଚର୍ସ ନେଟୱାର୍କ ଇଣ୍ଡିଆର ବର୍ତ୍ତମାନର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏନପି ସିଂ ମଧ୍ୟ ସାମିଲ ହେବେ। ସୋନି ପିକ୍ଚର୍ସ ଇଣ୍ଡିଆର ସଭାପତି ହେବେ ଏବଂ ସେ ସୋନି ପିକ୍ଚର୍ସ ଏଣ୍ଟରଟେନମେଣ୍ଟର ଗ୍ଲୋବାଲ ଟେଲିଭିଜନ ଷ୍ଟୁଡିଓ ତଥା ସୋନି ପିକ୍ଚର୍ସ ଏଣ୍ଟରଟେନମେଣ୍ଟ କର୍ପୋରେଟ ଡେଭଲପମେଣ୍ଟର ଅଧ୍ୟକ୍ଷ ରବି ଅହୁଜାଙ୍କୁ ରିପୋର୍ଟ କରିବେ।

Related Posts